ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Madhusudan Das Picture
Published On

ଭୁବନେଶ୍ୱର: ନନ୍ଦନକାନନରେ ଖୁଆଡରୁ ଖସିଲା ହୁଲକ୍ ଗିବନ୍ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ହୁଲକ୍ ଗିବନ୍ (Hoolock Gibbon) ନିଜ ଖୁଆଡ଼ରୁ ଖସି ପଳାଇଥିଲା। ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷ ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିବା ପୂର୍ବରୁ, ଗିବନ୍ ଟି ନିଜେ ପୁଣି ନିଜ ଖୁଆଡ଼କୁ ଫେରି ଆସିଥିଲା।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ମିଳିଥିବା ସୂଚନା ଅନୁଯାୟୀ, ଖୁଆଡ଼ରୁ ଖସିଯିବା ପରେ ହୁଲକ୍ ଗିବନ୍ଟି ଚିଡ଼ିଆଖାନା ପରିସରରେ ଥିବା ଏକ ଗଛ ପାଖରେ ବସିଥିବାର ଦେଖାଯାଇଥିଲା। କିଛି ପର୍ଯ୍ୟଟକ ଏହି ଜୀବଟିକୁ ବାହାରେ ବୁଲୁଥିବାର ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ତୁରନ୍ତ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆକ୍ଟ ପ୍ରସଙ୍ଗ: ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ ବୋଲି କହିଲା ବିଜେଡି

ଖବର ପାଇବା ମାତ୍ରେ ଚିଡ଼ିଆଖାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଜୀବଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ତୁରନ୍ତ ଏକ ଟ୍ରାଙ୍କୁଲାଇଜେସନ୍ ଟିମ୍କୁ ଡକାଯାଇଥିଲା। ଟିମ୍ ପହଞ୍ଚି ଗିବନ୍‌କୁ କାବୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ, ହଠାତ୍ ସେ ନିଜ ଆଡ଼ୁ ଖୁଆଡ଼ ଭିତରକୁ ପଶିଯାଇଥିଲା।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, କିନ୍ତୁ ଜୀବଟି ନିଜ ଖୁଆଡ଼କୁ ଫେରିଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର