ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Madhusudan Das Picture
Published On

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ଇ-କମର୍ସ ପ୍ଲାଟଫର୍ମକୁ ଢାଲ କରି ଗଞ୍ଜେଇ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟକୁ ବଲାଙ୍ଗୀର ପୋଲିସ ଠାବ କରିଛି। ଏହି ଘଟଣାରେ ପୋଲିସ ଏକ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅନ୍ୟ ରାଜ୍ୟକୁ ଇ-କମର୍ସ ପାର୍ସଲ ଜରିଆରେ ଗଞ୍ଜେଇ ଚାଲାଣ କରୁଥିଲେ। ଚେକିଂ ବେଳେ ସନ୍ଦେହରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ଗଞ୍ଜେଇକୁ ଇ-କମର୍ସ ଡେଲିଭରି ବକ୍ସ ଏବଂ ଟେପ୍ ବ୍ୟବହାର କରି ବେଶ୍ ଚତୁରତାର ସହ ପ୍ୟାକିଂ କରୁଥିଲେ। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି ଏହି ରାକେଟର ପର୍ଦ୍ଦାଫାଶ କରିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରୁ କମ୍ ଦାମରେ ଗଞ୍ଜେଇ ସଂଗ୍ରହ କରୁଥିଲେ। ପରେ ଏହାକୁ ଅନ୍‌ଲାଇନ୍ ଅର୍ଡର ଭାବରେ ଦର୍ଶାଇ ରାଜ୍ୟ ବାହାରେ ଅଧିକ ଦାମରେ ବିକ୍ରି କରୁଥିଲେ। ପୋଲିସ ଏହି ଘଟଣାରେ ଏନଡିପିଏସ (NDPS) ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଏହି ନିଶା ବେପାରରେ କୌଣସି ଡେଲିଭରି ଏଜେଣ୍ଟ କିମ୍ବା କମ୍ପାନୀ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ତଦନ୍ତ କରୁଛି। ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ଉଦ୍ୟମ ଜାରି ରହିଛି। ଏହା ସହିତ ଅଭିଯୁକ୍ତମାନଙ୍କର କଲ୍ ଡିଟେଲ୍ସ ଏବଂ ବ୍ୟାଙ୍କ କାରବାରର ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର