ବିଦେଶ ଶିକ୍ଷାବୃତ୍ତି ଯୋଜନା: ଆବେଦନ ସମୟସୀମା ବୃଦ୍ଧି କଲେ ରାଜ୍ୟ ସରକାର

Madhusudan Das Picture
Published On

ଭୁବନେଶ୍ୱର: ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 'ବିଦେଶ ଶିକ୍ଷାବୃତ୍ତି ଯୋଜନା' ପାଇଁ ଅନଲାଇନ୍ ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି। ଫଳରେ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀମାନେ ଅଧିକ ସମୟ ପାଇପାରିବେ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ସେପ୍ଟେମ୍ବର ୧, ୨୦୨୬ ଥିବାବେଳେ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୧୮, ୨୦୨୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ୍ https://scholarship.odisha.gov.in ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ବିଦେଶର ଶ୍ରେଷ୍ଠ ୨୦୦ଟି 'QS-Ranked' ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର (PG) ଏବଂ ପିଏଚଡି (Ph.D.) କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି। ବାର୍ଷିକ ପରିବାର ଆୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ଯୋଗ୍ୟ SC/ST ଛାତ୍ରଛାତ୍ରୀମାନେ  ଏହି ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ବିବେଚିତ ହେବେ। 

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଏହି ଯୋଜନା ଅଧୀନରେ ରାଜ୍ୟର ମୋଟ ୫୦ ଜଣ SC/ST ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ। ବର୍ଦ୍ଧିତ ସମୟସୀମା ଉଭୟ ଶିକ୍ଷାବର୍ଷ ୨୦୨୫-୨୬ (ଡିସେମ୍ବର ୨୦୨୫/ଜାନୁଆରୀ ୨୦୨୬) ଏବଂ ୨୦୨୬-୨୭ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଅଧିକ ତଥ୍ୟ ତଥା ନିର୍ଦ୍ଦେଶାବଳୀ ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ ପରିଦର୍ଶନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର