Monday Horoscope: ସୋମବାର ରାଶିଫଳ (୦୭-୦୯-୨୦୨୬)
ମେଷ: ମନୋରଞ୍ଜନରେ ସମୟ ଅତିବାହିତ ହେବ। ବ୍ୟବସାୟ ଆଗକୁ ବଢ଼ାଇବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଧନପ୍ରାପ୍ତି ଯୋଗ ଅଛି। ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ବୃଷ: ପିଲାଙ୍କ ସହ ସମୟ ଅତିବାହିତ କରିବେ। ଅଟକି ଥିବା କାର୍ଯ୍ୟ ପୂରା ହୋଇପାରେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।
ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବେ। ପ୍ରେମିକ-ପ୍ରେମିକାଙ୍କୁ ଦିନଟି ଶୁଭଫଳ ପ୍ରଦାନ କରିବ। ଯାତ୍ରା ଯୋଗ ଅଛି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।
କର୍କଟ: ଜୀବନସାଥୀଙ୍କଠାରୁ ଭଲ ଖବର ପାଇବେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ଅଯଥା କାମରେ ସମୟ ନଷ୍ଟ କରନ୍ତୁନି।
ସିଂହ: ଚିନ୍ତା ଦୂର ହେବ। ଅଫିସ୍ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ାପାଇଁ ବ୍ୟସ୍ତ ହେବେ। ସମାଜସେବାରେ ସମୟ ଦେବେ। କଠିନ ପରିଶ୍ରମ କରିବେ।
କନ୍ୟା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଗୁରୁଜନଙ୍କ ଆଶୀର୍ବାଦ ନେବେ।
ତୁଳା: ଯୋଜନା ମୁତାବକ କାର୍ଯ୍ୟ କରନ୍ତୁ। ଭାଇ,ଭଉଣୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଛା: ବିବାହକୁ ନେଇ ଶୁଭ ଖବର ମିଳିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଜୀବନସାଥୀଙ୍କ ମନଦୁଃଖ ହେବ। ଆର୍ଥିକ ସ୍ଥିତିର ଉନ୍ନତି ପରିଲକ୍ଷିତ ହେବ। ଆୟବ୍ୟୟ ସମାନ ରହିବ।
ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ବିବାହରେ ସମସ୍ୟା ଉପୁଜିବ।
ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ। ଅଯଥା ଖର୍ଚ୍ଚ ବଢ଼ିବ।
କୁମ୍ଭ: କର୍ମଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ମୀନ: ରାଜନୀତିରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ଅସନ୍ତୋଷ ଲାଗି ରହିବ। ଆୟ ଅନୁସାରେ ଖର୍ଚ୍ଚ ଅଧÒକ ବଢ଼ିବ। କଠିନ ପରିଶ୍ରମ କରି ସଫଳ ହେବେ।






