ମଝି ଚିଲିକାରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Madhusudan Das Picture
Published On

ପୁରୀ: ଚିଲିକାକୁ ମାଛ ଧରିବାକୁ ଯାଇଥିଲେ, ଆଉ ଫେରିଲେନି । ମଝି ଚିଲିକାରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ କୁମାରପୁର ଗାଁ ନିକଟସ୍ଥ ଚିଲିକା ହ୍ରଦକୁ ମାଛ ଧରିବାକୁ ଯାଇଥିଲେ ଓମ ଶିକାରୀ, ଏବେ ତାଙ୍କର ମୃତଦେହ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ମିଳିଥିବା ସୂଚନା ଅନୁଯାୟୀ, କୁମାରପୂର ଗ୍ରାମର ଚିନ୍ମୟ ବେହେରା, ଅମର ବେହେରା ଏବଂ ଓମ ଶିକାରୀ କୁମାରପୂର ଗ୍ରାମ ନିକଟ ଶ୍ୟାମାକାଳୀ ବାହାର ଚିଲିକାରୁ ମାଛ ଧରୁଥିଲେ। ସୋମବାର ସଂଧ୍ୟା ୭ଟା ସମୟରେ ହଠାତ ୨ଟି ଡଙ୍ଗାରେ ୪୦ରୁ ଉର୍ଦ୍ଧ୍ୱ ଲୋକ ମରଣାସ୍ତ୍ର ସହ ଆସି ଧମକାଇ ଥିଲେ। ସେମାନଙ୍କ ମାଛ ନେଇଯିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ। ଏକ ଭୁଜାଲିରେ ଅମର ବେହେରାଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ତେବେ ଚିନ୍ମୟ ବେହେରା କୌଶଳରେ ଖସି ଚାଲି ଆସିଥିବା ବେଳେ ଓମ ନାମକ ଜଣେ ନାବାଳକ ଚିଲିକାରେ ନିଖୋଜ ଥିଲେ। 

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

୧୫ଘଣ୍ଟା ପରେ ନିଖୋଜ ଓମର ମୃତଦେହ ଚିଲିକାରେ ଭାସୁଥିବା ଜଣାପଡ଼ିଛି। ଏନେଇ କୃଷ୍ଣପ୍ରସାଦ ଥାନାରେ ଏତଲା ଦିଆଯିବା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି। ପୁରୀ ସଦର ଏସ ଡି ପି ଓ ମାନସ ଚନ୍ଦ୍ର ବାରିକ, କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ଆସି ମାଲୁଦ ଅଗ୍ନିଶମ ବାହିନୀ ଚିଲିକାରୁ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛନ୍ତି । 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର