ମନୋରଞ୍ଜନ

ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନବନିର୍ମିତ ସେଡ୍, ୩ ଆହତ

Madhusudan Das Picture
Published On

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଭାଙ୍ଗିଲା ନିର୍ମାଣାଧୀନ ସେଡ୍ । ଅଘଟଣରେ ଦମ୍ପତିଙ୍କ ସମେତ ୩ ଜଣ ଆହତ ହୋଇଥିବାବେଳେ ୨ଟି କାର୍ ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।  ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡର ଭଗ୍ନାବଶେଷ ଏକ କାର ଉପରେ ପଡ଼ିବାରୁ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ସେଡ୍‌ଟି ହଠାତ୍ ଭୁଶୁଡ଼ି ପଡ଼ିବା କାରଣରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିପଦରୁ ବର୍ତ୍ତିବା ପାଇଁ ଲୋକମାନେ ତୁରନ୍ତ ସେଠାରୁ ଦୌଡ଼ି ପଳାଇଥିଲେ।

ଆହୁରି ପଢ଼ନ୍ତୁ: କଳାହାଣ୍ଡିରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା: ୨ ସନ୍ଦିଗ୍ଧ ଅଟକ, ଅନ୍ୟ ଦୁଇ ଫେରାର

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୯ଟା ସମୟରେ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ନିକଟରେ ଥିବା ଏହି ସେଡ୍ ଟି ହଠାତ୍ ତଳକୁ ଖସି ପଡ଼ିଥିଲା। ଫଳରେ ସେଡ୍ ତଳେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡ୍‌ଟି ଭୁଶୁଡ଼ିବା ଫଳରେ ସେଠାରେ ପାର୍କିଂ କରାଯାଇଥିବା ଏକ କାର୍ ଏବଂ ଏକ ଟେମ୍ପୋ ଉପରେ ଏହାର ଭଗ୍ନାବଶେଷ ଖସିଥିଲା, ଯାହାଦ୍ୱାରା ଉଭୟ ଗାଡ଼ି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: କଟକ ସଦର ବିଧାୟକଙ୍କ ବିରୋଧରେ ବର୍ଷିଲା ବିଜେଡି; 'ଦୁର୍ବ୍ୟବହାର ପାଇଁ ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ '

ଯାତ୍ରୀ ଏବଂ ସେମାନଙ୍କ ଗାଡ଼ିକୁ ଖରା ଓ ବର୍ଷାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ମାତ୍ର କିଛି ମାସ ପୂର୍ବରୁ ଏହି ସେଡ୍‌ଟି ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଜଣାପଡ଼ିଛି। ନିର୍ମାଣର କିଛି ମାସ ନପୂରୁଣୁ ଏହା ଭୁଶୁଡ଼ି ପଡ଼ିବା ନିର୍ମାଣ କାର୍ଯ୍ୟର ମାନ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଉପରମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍

10 Aug 2026 By Madhusudan Das

ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନବନିର୍ମିତ ସେଡ୍, ୩ ଆହତ

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଭାଙ୍ଗିଲା ନିର୍ମାଣାଧୀନ ସେଡ୍ । ଅଘଟଣରେ ଦମ୍ପତିଙ୍କ ସମେତ ୩ ଜଣ ଆହତ ହୋଇଥିବାବେଳେ ୨ଟି କାର୍ ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।  ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡର ଭଗ୍ନାବଶେଷ ଏକ କାର ଉପରେ ପଡ଼ିବାରୁ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ସେଡ୍‌ଟି ହଠାତ୍ ଭୁଶୁଡ଼ି ପଡ଼ିବା କାରଣରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିପଦରୁ ବର୍ତ୍ତିବା ପାଇଁ ଲୋକମାନେ ତୁରନ୍ତ ସେଠାରୁ ଦୌଡ଼ି ପଳାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୯ଟା ସମୟରେ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ନିକଟରେ ଥିବା ଏହି ସେଡ୍ ଟି ହଠାତ୍ ତଳକୁ ଖସି ପଡ଼ିଥିଲା। ଫଳରେ ସେଡ୍ ତଳେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡ୍‌ଟି ଭୁଶୁଡ଼ିବା ଫଳରେ ସେଠାରେ ପାର୍କିଂ କରାଯାଇଥିବା ଏକ କାର୍ ଏବଂ ଏକ ଟେମ୍ପୋ ଉପରେ ଏହାର ଭଗ୍ନାବଶେଷ ଖସିଥିଲା, ଯାହାଦ୍ୱାରା ଉଭୟ ଗାଡ଼ି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଯାତ୍ରୀ ଏବଂ ସେମାନଙ୍କ ଗାଡ଼ିକୁ ଖରା ଓ ବର୍ଷାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ମାତ୍ର କିଛି ମାସ ପୂର୍ବରୁ ଏହି ସେଡ୍‌ଟି ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଜଣାପଡ଼ିଛି। ନିର୍ମାଣର କିଛି ମାସ ନପୂରୁଣୁ ଏହା ଭୁଶୁଡ଼ି ପଡ଼ିବା ନିର୍ମାଣ କାର୍ଯ୍ୟର ମାନ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର