କଟକ ସଦର ବିଧାୟକଙ୍କ ବିରୋଧରେ ବର୍ଷିଲା ବିଜେଡି; 'ଦୁର୍ବ୍ୟବହାର ପାଇଁ ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ '

Madhusudan Das Picture
Published On

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ମୁଖ୍ୟ ୱାର୍ଡେନଙ୍କୁ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାର ବିରୋଧରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବିଧାୟକ ତାଙ୍କର ଦୋଷ ସ୍ୱୀକାର କରୁ ନଥିବାରୁ ବିବାଦ ଆହୁରି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଛାତ୍ର ବିଜେଡି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି। 

ଆହୁରି ପଢ଼ନ୍ତୁ: 'ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍' ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି: ନବୀନ ପଟ୍ଟନାୟକ

ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ରାଜ୍ୟର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବାଦ ବିଶ୍ୱବିଦ୍ୟାଳୟର ପରିସରରୁ ରାଜରାସ୍ତାରେ ପହଞ୍ଚିଲାଣି। ହେଲେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ବସିଛନ୍ତି। ରେଭେନ୍ସା ଭଳି ପୂରାତନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ପାଣିକୁ ନେଇ ସମସ୍ୟା ଦେଖା ଦେଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ବୈଠକ ବେଳେ ବିନା ଡାକରାରେ ବିଧାୟକ ଶ୍ରୀ ସେଠୀ ସେଠାରେ ପହଞ୍ଚି ବିବାଦ ସୃଷ୍ଟି କରିଥିଲେ। ଉକ୍ତ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିଲେ। ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ଏମିତି ଥିଲା ଯେ ବିବାଦ ଥମିବା ବଦଳରେ ବଢ଼ିଥିଲା।

ଆହୁରି ପଢ଼ନ୍ତୁ: ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ

ବିଜୁ ଛାତ୍ର ଜଳତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ କହିଛନ୍ତି ଯେ, ବିଧାୟକ ଶ୍ରୀ ସେଠୀଙ୍କ ଏହିପରି ବ୍ୟବହାର ଉକ୍ତ ବିଶ୍ୱବିଦ୍ୟାଳୟର ଜଣେ ପୂରାତନ ଛାତ୍ର ଭାବେ ଆମକୁ ଆଘାତ ଦେଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଆମ ଗର୍ବ, ଗୌରବ, ଐତିହ୍ୟ ସହ ଓଡ଼ିଆ ଅସ୍ମିତା ସହ ଜଡ଼ିତ।  ଓଡ଼ିଆ ଅସ୍ମିତାର ସୁରକ୍ଷା ନେଇ ଦ୍ୱାହି ଦେଉଥିବା ବିଜେପି ସରକାର ଆଜି ଏହାକୁ ନିନ୍ଦିତ କରିଛି। ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି। କଟକ ଜିଲ୍ଲା ସଭାପତି ସୁମନ ବେହେରା କହିଛନ୍ତି ଯେ ବିଜେପି ସରକାର ରେଭେନ୍ସା ବିଶ୍ୱବିଦ୍ୟାଳୟର  ଗରିମା ନଷ୍ଟ କରିବାରେ ଲାଗି ପଡିଛି। ବିଜେପି ଶାସନକୁ ଆସିବା ପରଠୁ ଯୋଜନାବଦ୍ଧ ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବାକୁ ଲାଗିଛି। ବିଧାୟକ ଶ୍ରୀ ସେଠୀ ଏହିପରି ବ୍ୟବହାର କରି ପୁଣି କଟକକୁ ନିନ୍ଦିତ କରିଛନ୍ତି। ତେଣୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ: ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ କଣ୍ଟ୍ରୋଲ୍ ରୁମରେ ୧୦୦% ମହିଳା ଅପରେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର