ସୁନାବେଡ଼ା ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘ ଠାବ, ଭୟଭୀତ ସ୍ଥାନୀୟ ଲୋକ

Madhusudan Das Picture
Published On

ନୂଆପଡ଼ା: ସାବଧାନ ! ରାସ୍ତାରେ ବୁଲୁଛି ବାଘ । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଦୁଇଟି କଲରାପତରିଆ ବାଘ । ସୋମବାର ସନ୍ଧ୍ୟା ସମୟରେ ଏକ ବ୍ୟସ୍ତବହୁଳ ଜଙ୍ଗଲ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଲୋକେ ଭୟ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବର୍ଷାରେ ଭିଜିବ ଓଡ଼ିଶା, ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ଯୁବକ ସୁନାବେଡ଼ାରୁ ଜାମଗାଁ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ରାସ୍ତା କଡ଼ରେ କିଛି ସମୟ ରହିଥିଲା, ଯାହାର ସ୍ପଷ୍ଟ ଭିଡିଓ ଯାତ୍ରୀମାନେ ନିଜ ମୋବାଇଲ୍ ଫୋନ୍‌ରେ କଏଦ କରିବାରେ ସକ୍ଷମ ହୋଇଥିଲେ। ତେବେ ସନ୍ଧ୍ୟା ସମୟର ଅନ୍ଧକାରର ସୁଯୋଗ ନେଇ ଅନ୍ୟ ବାଘଟି ଘଞ୍ଚ ଜଙ୍ଗଲ ଭିତରକୁ ଅଦୃଶ୍ୟ ହୋଇଯାଇଥିଲା। 

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ବିଜେଡିର ନିନ୍ଦା

ସୁନାବେଡ଼ା ଅଭୟାରଣ୍ୟ ପୂର୍ବରୁ ମଧ୍ୟ କଲରାପତରିଆ ବାଘଙ୍କ ବାସସ୍ଥଳୀ ଭାବେ ବେଶ୍ ଜଣାଶୁଣା। ନିକଟରେ କରାଯାଇଥିବା କ୍ୟାମେରା ଟ୍ରାପ୍ ସର୍ଭେରୁ ଏଠାରେ ବହୁ ସଂଖ୍ୟାରେ କଲରାପତରିଆ ବାଘ ଥିବା ସ୍ପଷ୍ଟ ହୋଇଥିଲା। ତେବେ ସାଧାରଣ ରାସ୍ତା କଡ଼ରେ ଏକାସାଙ୍ଗରେ ଦୁଇଟି ବାଘ ଦେଖାଯିବା ଏକ ବିରଳ ଘଟଣା ବୋଲି ବିବେଚନା କରାଯାଉଛି। ଏହି ଘଟଣା ପରେ ଜଙ୍ଗଲ ରାସ୍ତାରେ ଯାତାୟାତ କରୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ଓ ବନ୍ୟପ୍ରାଣୀ ସଂରକ୍ଷଣକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ନିବେଶ ପାଇଁ କେବଳ ପ୍ରତିଶ୍ରୁତି ଆସୁଛି, ନିବେଶ ହେଉନାହିଁ: ବିଜେଡି

04 Aug 2026 By Madhusudan Das

ସୁନାବେଡ଼ା ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘ ଠାବ, ଭୟଭୀତ ସ୍ଥାନୀୟ ଲୋକ

ନୂଆପଡ଼ା: ସାବଧାନ ! ରାସ୍ତାରେ ବୁଲୁଛି ବାଘ । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଦୁଇଟି କଲରାପତରିଆ ବାଘ । ସୋମବାର ସନ୍ଧ୍ୟା ସମୟରେ ଏକ ବ୍ୟସ୍ତବହୁଳ ଜଙ୍ଗଲ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଲୋକେ ଭୟ କରୁଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ଯୁବକ ସୁନାବେଡ଼ାରୁ ଜାମଗାଁ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ରାସ୍ତା କଡ଼ରେ କିଛି ସମୟ ରହିଥିଲା, ଯାହାର ସ୍ପଷ୍ଟ ଭିଡିଓ ଯାତ୍ରୀମାନେ ନିଜ ମୋବାଇଲ୍ ଫୋନ୍‌ରେ କଏଦ କରିବାରେ ସକ୍ଷମ ହୋଇଥିଲେ। ତେବେ ସନ୍ଧ୍ୟା ସମୟର ଅନ୍ଧକାରର ସୁଯୋଗ ନେଇ ଅନ୍ୟ ବାଘଟି ଘଞ୍ଚ ଜଙ୍ଗଲ ଭିତରକୁ ଅଦୃଶ୍ୟ ହୋଇଯାଇଥିଲା। 

ସୁନାବେଡ଼ା ଅଭୟାରଣ୍ୟ ପୂର୍ବରୁ ମଧ୍ୟ କଲରାପତରିଆ ବାଘଙ୍କ ବାସସ୍ଥଳୀ ଭାବେ ବେଶ୍ ଜଣାଶୁଣା। ନିକଟରେ କରାଯାଇଥିବା କ୍ୟାମେରା ଟ୍ରାପ୍ ସର୍ଭେରୁ ଏଠାରେ ବହୁ ସଂଖ୍ୟାରେ କଲରାପତରିଆ ବାଘ ଥିବା ସ୍ପଷ୍ଟ ହୋଇଥିଲା। ତେବେ ସାଧାରଣ ରାସ୍ତା କଡ଼ରେ ଏକାସାଙ୍ଗରେ ଦୁଇଟି ବାଘ ଦେଖାଯିବା ଏକ ବିରଳ ଘଟଣା ବୋଲି ବିବେଚନା କରାଯାଉଛି। ଏହି ଘଟଣା ପରେ ଜଙ୍ଗଲ ରାସ୍ତାରେ ଯାତାୟାତ କରୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ଓ ବନ୍ୟପ୍ରାଣୀ ସଂରକ୍ଷଣକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର