ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଅନୁଦାନ ପ୍ରସଙ୍ଗରେ ବର୍ଷିଲା ବିଜେଡି: କେନ୍ଦ୍ରୀୟ ଅନୁଦାନ ହ୍ରାସ ଲୁଚାଇବାକୁ ବନ୍ୟା ସହାୟତା ପ୍ରଚାର

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାକୁ ନେଇ ରାଜ୍ୟ ସରକାର ଓ ବିଜେପି ପକ୍ଷରୁ ଏହାକୁ ବିଶେଷ ପ୍ରଚାର କରାଯାଉଛି। ମାତ୍ର ଏହି ଅନୁଦାନ କିଛି ବିଶେଷ ଅନୁଦାନ ନୁହେଁ। ବନ୍ୟା ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ରାଜ୍ୟକୁ କେନ୍ଦ୍ରର ଅନୁଦାନ ମିଳିଥାଏ। ତେଣୁ ଏଥିପାଇଁ ବିଶେଷ ଉଲ୍ଲସିତ ହେବାର କୌଣସି କାରଣ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଦଳ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେଲେ ରାଜ୍ୟକୁ କେନ୍ଦ୍ରରୁ ଅଧିକ ଅର୍ଥ ଓ ବିକାଶ ମିଳିବ ବୋଲି ବିଜେପି ଯେଉଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା, ଦୁଇ ବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ଅନୁଦାନ ବଢିବା ପରିବର୍ତ୍ତେ କମିଛି। ରାଜ୍ୟର ବିଜେପି ନେତାମାନେ ବାସ୍ତବ ଚିତ୍ରକୁ ଲୁଚାଇବା ଉଦ୍ୟେଶରେ ବନ୍ୟା ମୁକାବିଲା ପାଇଁ ମିଳିଥିବା ସହାୟତାକୁ ପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା, ୪୫ ଦିନିଆ ଟ୍ରାଫିକ୍ କଟକଣା ଜାରି

ଡ. ମହାନ୍ତି କହିଥିଲେ ଯେ ପ୍ରମୁଖ ବିକାଶମୂଳକ ଯୋଜନାଗୁଡ଼ିକରେ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩–୨୪ରେ ୨୧,୫୦୦ କୋଟିରୁ ୨୦୨୪–୨୫ରେ ୧୭,୦୦୦ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍‌ ୨ ବର୍ଷ ମଧ୍ୟରେ ପ୍ରାୟ ୪,୫୦୦ କୋଟି ବା ୧୮.୧୯ ପ୍ରତିଶତ ହ୍ରାସ ପାଇଛି । ଏହା କେବଳ ଏକ ଅର୍ଥନୈତିକ ହିସାବ ନୁହେଁ; ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଗରିବ, କୃଷକ ଓ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ପଡ଼ିବ। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ୪,୩୧୦ କୋଟିରୁ ୮୨୫ କୋଟିକୁ ଖସିଆସିଛି, ଅର୍ଥାତ୍‌ ପ୍ରାୟ ୩,୫୦୦ କୋଟି ହ୍ରାସ ଘଟିିଛି । ସେହିପରି ସହାରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଅନୁଦାନ ୨୯୬ କୋଟିରୁ ୦.୭୩ କୋଟିକୁ ହ୍ରାସ ପାଇଛି, ଅର୍ଥାତ୍‌ ପ୍ରାୟ ୨୯୫ କୋଟି ହ୍ରାସ ପାଇଛି। ଯେଉଁ ସରକାର ଗରିବଙ୍କୁ ଘର ଦେବାର କଥା କହୁଛି, ସେହି ସରକାର ସମୟରେ ଆବାସ ଯୋଜନାରେ ଅନୁଦାନ କାହିଁକି ଏତେ କମିଲା ତା’ର ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି ଡଃ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି ବେଦାନ୍ତ ଆଲୁମିନିୟମ, ୨୫,୦୦୦ ଛାତ୍ରଛାତ୍ରୀ ଉପକୃତ

ଅନୁରୂପ ଭାବେ ଜଳ ଜୀବନ ମିଶନରେ ମଧ୍ୟ ଓଡ଼ିଶାକୁ ମିଳୁଥିବା ଅନୁଦାନ ୧,୫୮୧ କୋଟିରୁ ୩୬୮ କୋଟିକୁ ହ୍ରାସ ପାଇଛି। ଅର୍ଥାତ୍‌ ୧,୨୦୦ କୋଟିରୁ ଅଧିକ ହ୍ରାସ। ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ଥିବାବେଳେ ଅନୁଦାନରେ ଏଭଳି ବଡ଼ ହ୍ରାସ କାହିଁକି ବୋଲି ଡଃ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ଅନୁଦାନ ୧,୨୬୨ କୋଟିରୁ ୭୧୨ କୋଟିକୁ ହ୍ରାସ ପାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩–୨୪ରେ ଓଡ଼ିଶା ୨୨୩ କୋଟି ପାଇଥିବା ବେଳେ ୨୦୨୪–୨୫ରେ ଅନୁଦାନ ଶୂନ୍ୟ ହୋଇଛି। ଡ. ମହାନ୍ତି ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନୁଦାନ ୧୪୬ କୋଟିରୁ ୩୨ କୋଟିକୁ ହ୍ରାସ ପାଇଥିବା ବେଳେ ଅମୃତ ଭାରତ ରେଳ ଷ୍ଟେସନ୍‌ ବିକାଶ ପ୍ରକଳ୍ପରେ ଓଡ଼ିଶାକୁ ଦେଶର ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରଖାଯାଇଛି। ସେହିପରି  ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆବଣ୍ଟନରେ ଓଡ଼ିଶା ଦେଶର ୧୪ତମ ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟ ବୋଲି ତଥ୍ୟରୁ ଜଣାପଡ଼ୁଛି। ନିର୍ବାଚନ ପୂର୍ବରୁ ବିଜେପି ଡବଲ୍‌ ଇଞ୍ଜିନ୍‌ ସରକାର ଡବଲ ବିକାଶ ନାରା ଦେଇଥିଲା। କିନ୍ତୁ ଉପଲବ୍ଧ ତଥ୍ୟ ଅନୁସାରେ ଗରିବଙ୍କ ଘର, ପାନୀୟ ଜଳ, ଗ୍ରାମୀଣ ସଡ଼କ, କୃଷି ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ଏହାକୁ ଲୁଚାଇ ରାଜ୍ୟ ବିଜେପି ସରକାର ବନ୍ୟା ମୁକାବିଲା ପାଇଁ ମିଳିଥିବା ୫୦୦ କୋଟି ଟଙ୍କାକୁ ନେଇ ପ୍ରଚାର କରୁଛି। ଅନୁଦାନ ହ୍ରାସ ସମ୍ପର୍କରେ ରାଜ୍ୟ ବିଜେପି ସରକାର ଏହାର ସ୍ପଷ୍ଟ ଓ ତଥ୍ୟଭିତ୍ତିକ ଉତ୍ତର ଦେବାକୁ ଡ. ମହାନ୍ତି ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ବିଜେଡିର ନିନ୍ଦା

04 Aug 2026 By Madhusudan Das

ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଅନୁଦାନ ପ୍ରସଙ୍ଗରେ ବର୍ଷିଲା ବିଜେଡି: କେନ୍ଦ୍ରୀୟ ଅନୁଦାନ ହ୍ରାସ ଲୁଚାଇବାକୁ ବନ୍ୟା ସହାୟତା ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାକୁ ନେଇ ରାଜ୍ୟ ସରକାର ଓ ବିଜେପି ପକ୍ଷରୁ ଏହାକୁ ବିଶେଷ ପ୍ରଚାର କରାଯାଉଛି। ମାତ୍ର ଏହି ଅନୁଦାନ କିଛି ବିଶେଷ ଅନୁଦାନ ନୁହେଁ। ବନ୍ୟା ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ରାଜ୍ୟକୁ କେନ୍ଦ୍ରର ଅନୁଦାନ ମିଳିଥାଏ। ତେଣୁ ଏଥିପାଇଁ ବିଶେଷ ଉଲ୍ଲସିତ ହେବାର କୌଣସି କାରଣ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଦଳ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେଲେ ରାଜ୍ୟକୁ କେନ୍ଦ୍ରରୁ ଅଧିକ ଅର୍ଥ ଓ ବିକାଶ ମିଳିବ ବୋଲି ବିଜେପି ଯେଉଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା, ଦୁଇ ବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ଅନୁଦାନ ବଢିବା ପରିବର୍ତ୍ତେ କମିଛି। ରାଜ୍ୟର ବିଜେପି ନେତାମାନେ ବାସ୍ତବ ଚିତ୍ରକୁ ଲୁଚାଇବା ଉଦ୍ୟେଶରେ ବନ୍ୟା ମୁକାବିଲା ପାଇଁ ମିଳିଥିବା ସହାୟତାକୁ ପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଡ. ମହାନ୍ତି କହିଥିଲେ ଯେ ପ୍ରମୁଖ ବିକାଶମୂଳକ ଯୋଜନାଗୁଡ଼ିକରେ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩–୨୪ରେ ୨୧,୫୦୦ କୋଟିରୁ ୨୦୨୪–୨୫ରେ ୧୭,୦୦୦ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍‌ ୨ ବର୍ଷ ମଧ୍ୟରେ ପ୍ରାୟ ୪,୫୦୦ କୋଟି ବା ୧୮.୧୯ ପ୍ରତିଶତ ହ୍ରାସ ପାଇଛି । ଏହା କେବଳ ଏକ ଅର୍ଥନୈତିକ ହିସାବ ନୁହେଁ; ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଗରିବ, କୃଷକ ଓ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ପଡ଼ିବ। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ୪,୩୧୦ କୋଟିରୁ ୮୨୫ କୋଟିକୁ ଖସିଆସିଛି, ଅର୍ଥାତ୍‌ ପ୍ରାୟ ୩,୫୦୦ କୋଟି ହ୍ରାସ ଘଟିିଛି । ସେହିପରି ସହାରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଅନୁଦାନ ୨୯୬ କୋଟିରୁ ୦.୭୩ କୋଟିକୁ ହ୍ରାସ ପାଇଛି, ଅର୍ଥାତ୍‌ ପ୍ରାୟ ୨୯୫ କୋଟି ହ୍ରାସ ପାଇଛି। ଯେଉଁ ସରକାର ଗରିବଙ୍କୁ ଘର ଦେବାର କଥା କହୁଛି, ସେହି ସରକାର ସମୟରେ ଆବାସ ଯୋଜନାରେ ଅନୁଦାନ କାହିଁକି ଏତେ କମିଲା ତା’ର ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି ଡଃ ମହାନ୍ତି କହିଛନ୍ତି।

ଅନୁରୂପ ଭାବେ ଜଳ ଜୀବନ ମିଶନରେ ମଧ୍ୟ ଓଡ଼ିଶାକୁ ମିଳୁଥିବା ଅନୁଦାନ ୧,୫୮୧ କୋଟିରୁ ୩୬୮ କୋଟିକୁ ହ୍ରାସ ପାଇଛି। ଅର୍ଥାତ୍‌ ୧,୨୦୦ କୋଟିରୁ ଅଧିକ ହ୍ରାସ। ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ଥିବାବେଳେ ଅନୁଦାନରେ ଏଭଳି ବଡ଼ ହ୍ରାସ କାହିଁକି ବୋଲି ଡଃ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ଅନୁଦାନ ୧,୨୬୨ କୋଟିରୁ ୭୧୨ କୋଟିକୁ ହ୍ରାସ ପାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩–୨୪ରେ ଓଡ଼ିଶା ୨୨୩ କୋଟି ପାଇଥିବା ବେଳେ ୨୦୨୪–୨୫ରେ ଅନୁଦାନ ଶୂନ୍ୟ ହୋଇଛି। ଡ. ମହାନ୍ତି ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନୁଦାନ ୧୪୬ କୋଟିରୁ ୩୨ କୋଟିକୁ ହ୍ରାସ ପାଇଥିବା ବେଳେ ଅମୃତ ଭାରତ ରେଳ ଷ୍ଟେସନ୍‌ ବିକାଶ ପ୍ରକଳ୍ପରେ ଓଡ଼ିଶାକୁ ଦେଶର ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରଖାଯାଇଛି। ସେହିପରି  ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆବଣ୍ଟନରେ ଓଡ଼ିଶା ଦେଶର ୧୪ତମ ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟ ବୋଲି ତଥ୍ୟରୁ ଜଣାପଡ଼ୁଛି। ନିର୍ବାଚନ ପୂର୍ବରୁ ବିଜେପି ଡବଲ୍‌ ଇଞ୍ଜିନ୍‌ ସରକାର ଡବଲ ବିକାଶ ନାରା ଦେଇଥିଲା। କିନ୍ତୁ ଉପଲବ୍ଧ ତଥ୍ୟ ଅନୁସାରେ ଗରିବଙ୍କ ଘର, ପାନୀୟ ଜଳ, ଗ୍ରାମୀଣ ସଡ଼କ, କୃଷି ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ଏହାକୁ ଲୁଚାଇ ରାଜ୍ୟ ବିଜେପି ସରକାର ବନ୍ୟା ମୁକାବିଲା ପାଇଁ ମିଳିଥିବା ୫୦୦ କୋଟି ଟଙ୍କାକୁ ନେଇ ପ୍ରଚାର କରୁଛି। ଅନୁଦାନ ହ୍ରାସ ସମ୍ପର୍କରେ ରାଜ୍ୟ ବିଜେପି ସରକାର ଏହାର ସ୍ପଷ୍ଟ ଓ ତଥ୍ୟଭିତ୍ତିକ ଉତ୍ତର ଦେବାକୁ ଡ. ମହାନ୍ତି ଆହ୍ୱାନ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର