ବିଜେଡିର କ୍ଷୋଭ: ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଆତଙ୍କରାଜ ଚଳାଉଛନ୍ତି କର୍ମୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଜେପି ସରକାର ଏହାକୁ ରୋକିବା ବଦଳରେ ପ୍ରୋତ୍ସାହିତ କରିବାରେ ଲାଗିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଞ୍ଚଳରେ ବିଜେପି କର୍ମୀ ମାନେ ଆତଙ୍କରାଜ ଚଳାଇଛନ୍ତି । ମନ୍ତ୍ରୀ ତାହାକୁ ରୋକିବା ବଦଳରେ ପ୍ରଶୟ ଦେଉଥିବା କହି କଡ଼ା ନିନ୍ଦା କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ପ୍ରକୃତି ସଂରକ୍ଷଣ ଦିବସରେ ‘ସକାଳ’ର ସବୁଜ ଅଭିଯାନ: ରାଜ୍ୟର ବିଭିନ୍ନ ସହରରେ ମାଗଣାରେ ଗଛ ଚାରା ବଣ୍ଟନ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରୋତ୍ସାହନରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ମନ୍ତ୍ରୀଙ୍କ ପାଖ ଲୋକମାନେ ବେଧଡକ ଭାବେ ଅପରାଧ ଘଟାଉଛନ୍ତି। ନାଚୁଣୀ ଥାନା ଅଧୀନ ଖଜୁରିପଡ଼ା ଗାଁ ରାସ୍ତାରେ ଜଣେ ଯୁବକଙ୍କୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଟୁକୁନା ସାମନ୍ତସିଂହାର ଓ ଅନ୍ୟ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ଶାସକ ଦଳର କର୍ମୀ ମାନେ ତାଙ୍କୁ ବିଚ୍‌ ରାସ୍ତାରେ ନିର୍ଘାତ ମାଡ ମାରିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଚୁପ୍‌ ହୋଇ ବସିରହିଛି। ଦଳୀୟ ଚାପରେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁନାହିଁ। ଅନ୍ୟ ଏକ ଘଟଣାରେ ଚିଲିକା ଅଞ୍ଚଳର ଜୈନିକା ଅନୁସୂଚିତ ଜନଜାତିର ନାବାଳିକାକୁ ଦୁଷ୍କର୍ମ କରିବା ଉଦ୍ୟମ ହୋଇଛି। ଅଭିଯୁକ୍ତମାନେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ପୁଲିସ ପଦକ୍ଷେପ ଗ୍ରହଣ କରିବା ବଦଳରେ ଧମକ ଚମକ ଦେଉଛି। ଜଣେ ନାବାଳିକା ତାଙ୍କ ପରିବାରର ପ୍ରତିପୋଷଣ କରିବାର ଏକମାତ୍ର ମାଧ୍ୟମ । ନାବାଳିକା ଜଣକ ଗତ ଜୁଲାଇ ୨୮ ତାରିଖରେ ଏକୁଟିଆ ଘରକୁ ଫେରୁଥିବା ବେଳେ ଟୁକୁନା ସାମନ୍ତସିଂହାରଙ୍କ ପୁଅ ତାଙ୍କୁ ଅଟକାଇ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସେ ନାଚୁଣୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ । ନାବାଳିକା ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ରହିଛି। ସେ ଆହୁରି କହିଥିଲେ ଯେ ଆଦିବାସୀମାନଙ୍କ ବିକାଶ ଓ ମହିଳା ସମ୍ମାନ ନେଇ ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି। ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ୍‌ କାମ ହେଉଥିବା ବେଳେ ନାବାଳିକା ଜଣଙ୍କ ନ୍ୟାୟ ପାଇବା ପାଇଁ କେଉଁ ସ୍ଥାନକୁ ଯିବ ? ଏତେ ଦିନ ହେବ ନାବାଳିକା ଜଣକ ଅଭିଯୋଗ କଲା ପରେ ମଧ୍ୟ ଥାନାରେ ମାମଲା ରୁଜୁ ହେଉନାହିଁ, ଏହା କ’ଣ ଡବଲ ଇଞ୍ଜିନ ସରକାରଙ୍କ ଆଇନ ସୁରକ୍ଷା ବ୍ୟବସ୍ଥା ? ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ମନ୍ତ୍ରୀ ତାହାକୁ ବେଖାତିର କରିଚାଲିଛନ୍ତି । ଉକ୍ତ ଘଟଣାରେ ପୁଲିସ ପଦକ୍ଷେପ ଗ୍ରହଣ କରି ନାବାଳିକାକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

03 Aug 2026 By Madhusudan Das

ବିଜେଡିର କ୍ଷୋଭ: ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଆତଙ୍କରାଜ ଚଳାଉଛନ୍ତି କର୍ମୀ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଜେପି ସରକାର ଏହାକୁ ରୋକିବା ବଦଳରେ ପ୍ରୋତ୍ସାହିତ କରିବାରେ ଲାଗିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଞ୍ଚଳରେ ବିଜେପି କର୍ମୀ ମାନେ ଆତଙ୍କରାଜ ଚଳାଇଛନ୍ତି । ମନ୍ତ୍ରୀ ତାହାକୁ ରୋକିବା ବଦଳରେ ପ୍ରଶୟ ଦେଉଥିବା କହି କଡ଼ା ନିନ୍ଦା କରିଛି ବିଜେଡି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରୋତ୍ସାହନରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ମନ୍ତ୍ରୀଙ୍କ ପାଖ ଲୋକମାନେ ବେଧଡକ ଭାବେ ଅପରାଧ ଘଟାଉଛନ୍ତି। ନାଚୁଣୀ ଥାନା ଅଧୀନ ଖଜୁରିପଡ଼ା ଗାଁ ରାସ୍ତାରେ ଜଣେ ଯୁବକଙ୍କୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଟୁକୁନା ସାମନ୍ତସିଂହାର ଓ ଅନ୍ୟ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ଶାସକ ଦଳର କର୍ମୀ ମାନେ ତାଙ୍କୁ ବିଚ୍‌ ରାସ୍ତାରେ ନିର୍ଘାତ ମାଡ ମାରିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଚୁପ୍‌ ହୋଇ ବସିରହିଛି। ଦଳୀୟ ଚାପରେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁନାହିଁ। ଅନ୍ୟ ଏକ ଘଟଣାରେ ଚିଲିକା ଅଞ୍ଚଳର ଜୈନିକା ଅନୁସୂଚିତ ଜନଜାତିର ନାବାଳିକାକୁ ଦୁଷ୍କର୍ମ କରିବା ଉଦ୍ୟମ ହୋଇଛି। ଅଭିଯୁକ୍ତମାନେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ପୁଲିସ ପଦକ୍ଷେପ ଗ୍ରହଣ କରିବା ବଦଳରେ ଧମକ ଚମକ ଦେଉଛି। ଜଣେ ନାବାଳିକା ତାଙ୍କ ପରିବାରର ପ୍ରତିପୋଷଣ କରିବାର ଏକମାତ୍ର ମାଧ୍ୟମ । ନାବାଳିକା ଜଣକ ଗତ ଜୁଲାଇ ୨୮ ତାରିଖରେ ଏକୁଟିଆ ଘରକୁ ଫେରୁଥିବା ବେଳେ ଟୁକୁନା ସାମନ୍ତସିଂହାରଙ୍କ ପୁଅ ତାଙ୍କୁ ଅଟକାଇ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସେ ନାଚୁଣୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ । ନାବାଳିକା ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ରହିଛି। ସେ ଆହୁରି କହିଥିଲେ ଯେ ଆଦିବାସୀମାନଙ୍କ ବିକାଶ ଓ ମହିଳା ସମ୍ମାନ ନେଇ ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି। ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ୍‌ କାମ ହେଉଥିବା ବେଳେ ନାବାଳିକା ଜଣଙ୍କ ନ୍ୟାୟ ପାଇବା ପାଇଁ କେଉଁ ସ୍ଥାନକୁ ଯିବ ? ଏତେ ଦିନ ହେବ ନାବାଳିକା ଜଣକ ଅଭିଯୋଗ କଲା ପରେ ମଧ୍ୟ ଥାନାରେ ମାମଲା ରୁଜୁ ହେଉନାହିଁ, ଏହା କ’ଣ ଡବଲ ଇଞ୍ଜିନ ସରକାରଙ୍କ ଆଇନ ସୁରକ୍ଷା ବ୍ୟବସ୍ଥା ? ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ମନ୍ତ୍ରୀ ତାହାକୁ ବେଖାତିର କରିଚାଲିଛନ୍ତି । ଉକ୍ତ ଘଟଣାରେ ପୁଲିସ ପଦକ୍ଷେପ ଗ୍ରହଣ କରି ନାବାଳିକାକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର