ଉପରମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍

Madhusudan Das Picture
Published On

ଅନୁଗୋଳ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲାର ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ କର୍ତ୍ତୃପକ୍ଷ ଗୋଟିଏ ସ୍ଲୁଇସ୍ ଗେଟ୍ ଓ ପାୱାର ଚ୍ୟାନେଲ୍ ଖୋଲିଛନ୍ତି, ଯାହା ଫଳରେ ବ୍ରାହ୍ମଣୀ ନଦୀ ଅବବାହିକାକୁ ବଳକା ଜଳ ନିଷ୍କାସିତ କରାଯାଉଛି।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

ସୂଚନା ଅନୁଯାୟୀ, ଜଳସ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଚଳିତ ବର୍ଷ ଏହା ହେଉଛି ଦ୍ୱିତୀୟ ଥର ଯେବେ ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମ୍‌କୁ ପ୍ରାୟ ୨,୫୦୦ କ୍ୟୁବିକ୍ ମିଟର ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ସୁରକ୍ଷା ଓ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ୮ ନମ୍ବର ଗେଟ୍ ଏବଂ ପାୱାର ଚ୍ୟାନେଲ୍ ଦେଇ ପ୍ରାୟ ୨,୦୦୦ କ୍ୟୁବିକ୍ ମିଟର ଜଳ ଛଡ଼ାଯାଉଛି। ବର୍ତ୍ତମାନ ରେଙ୍ଗାଳି ଡ୍ୟାମ୍‌ର ଜଳସ୍ତର ୧୨୨.୧୪ ମିଟରରେ ପହଞ୍ଚିଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୧୨୩.୫୦ ମିଟର, ତେଣୁ ଏବେ ଜଳସ୍ତର ଏହାର ପାଖାପାଖି ରହିଛି।

ଆହୁରି ପଢ଼ନ୍ତୁ: ପଲୁଖୋଳା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ! ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ବିଭାଗୀୟ ଇଞ୍ଜିନିୟରମାନେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉପରମୁଣ୍ଡରେ ବର୍ଷାର ପରିମାଣ ଏବଂ ଡ୍ୟାମ୍‌କୁ ଜଳ ପ୍ରବେଶର ସ୍ଥିତି ଉପରେ ଆଧାର କରି ପରବର୍ତ୍ତୀ ସମୟରେ ଅଧିକ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର