ନବୀନଙ୍କୁ ଭେଟିଲେ ଅନୁଗୋଳ, କଟକ-ଚୌଦ୍ୱାର ବିଜେଡି ନେତା; ପୌର ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ ପରାମର୍ଶ

Madhusudan Das Picture
Published On

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଦଳର ଜିଲ୍ଲା ନେତୃତ୍ୱ ତଥା କର୍ମୀମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ଯୋଜନା କମିଟି ସଦସ୍ୟଙ୍କ ସହ ଏହି ଅବସରରେ ନବୀନ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷକରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ, ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ନେତୃତ୍ୱ ନବୀନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାବାସୀଙ୍କ ସୁଖ, ଦୁଃଖରେ ଯୋଡ଼ି ହୋଇରହିବା ସହ ରାଜ୍ୟ ସରକାରଙ୍କ ପ୍ରତିଟି ଦୋଷ ଦୁର୍ବଳତାକୁ ଲୋକ ଲୋଚନକୁ ମୁଖରତାର ସହ ଆଣିବାକୁ ଏହି ଅବସରରେ ନବୀନ ପରାମର୍ଶ ଦେଇଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସେହିପରି ଆଜି କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଗତପୁର ଓ ଚାଉଳିଆଗଞ୍ଜ ଅଞ୍ଚଳର ବିଜେଡି ନେତା, କର୍ପୋରେଟର ତଥା କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ଅନୁଷ୍ଠିତ ଏହି ସାକ୍ଷାତ କାର୍ଯ୍ୟକ୍ରମରେ ବିଜେଡି ନେତୃବୃନ୍ଦ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମୟରେ ନବୀନଙ୍କୁ ଅବଗତ କରାଇଥିଲେ। ଆସନ୍ତା ପୌର ନିର୍ବାଚନକୁ ଆଖି ଆଗରେ ରଖି ଦଳକୁ ସୁଦୃଢ଼ କରିବା ସହ ସାଂଗଠନିକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ନବୀନ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର