ମନୋରଞ୍ଜନ
ବୁଢ଼ାବଳଙ୍ଗ ନଦୀରେ ବନ୍ୟା, ବାଲେଶ୍ବରର ୧୨ଟି ବ୍ଲକର ୩୫୭ଟି ଗାଁ ପ୍ରଭାବିତ
ବାଲେଶ୍ବର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ବୁଢ଼ାବଳଙ୍ଗ ନଦୀରେ ପ୍ରଥମ ବନ୍ୟା। ବନ୍ୟା ଯୋଗୁଁ ବାଲେଶ୍ବର ଜିଲ୍ଲାର ସଦର ବ୍ଲକ୍ ର ବାଇଁଚା, ବୁଆଁଳ, ନଗ୍ରମ୍ , ସିନ୍ଧିଆ, ଗୋପୀନାଥପୁର, ପରିଖି, ବହାବଳପୂର୍ ପଞ୍ଚାୟତ ଏବେ ବନ୍ୟା ଘେରରେ। ସେହିପରି ସମୁଦାୟ ବାଲେଶ୍ବର ଜିଲ୍ଲାର ପ୍ରଥମ ବନ୍ୟାରେ ୧୨ ଟି ବ୍ଲକର ୯୫ ଟି ପଞ୍ଚାୟତ ର ୩୫୭ ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ବନ୍ୟା ମୁକାବିଲା କରିବା ପାଇଁ ଓଡ଼୍ରାଫ୍ ସହ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି।
ସେପଟେ ବାଲେଶ୍ବର ସହର ଭିତରେ ପ୍ରବେଶ କରିଛି ବୁଢ଼ା ବଳଙ୍ଗ ନଦୀର ବନ୍ୟା ଜଳ । ପୌରପାଳିକା ଅଧୀନ ୨୪ନଂ ୱାର୍ଡରେ ଫସି ରହିଛନ୍ତି ଲୋକ । ଲୋକଙ୍କ ଘର ଆଗରେ ଅଣ୍ଟାଏ ଉଚ୍ଚର ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ସେପଟେ ଅନେକ ଘରର ପ୍ରଥମ ମହଲା ବୁଡ଼ି ଯିବା ପର ଦ୍ବିତୀୟ ମହଲାରେ ଆଶ୍ରୟ ନେଇଛନ୍ତି ଲୋକ।