ଯାଜପୁରରେ କୁମ୍ଭୀର ଆତଙ୍କ: ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

Madhusudan Das Picture
Published On

ଯାଜପୁର: ଖରାସ୍ରୋତା ନଦୀରେ ଗାଧେଇଉଥିବା ବେଳେ ଟାଣି ନେଲା କୁମ୍ଭୀର । ଯାଜପୁର ବ୍ଲକ ଛତିଶଦେବିଲି ଷୋଳବାଟି ଗାଁର ନିକଟ ନଦୀରେ ଗାଧେଇବା ବେଳେ ଘଟିଛି ଏଭଳି ଅଘଟଣ । ସ୍ଥାନୀୟ ଅଞ୍ଚଳର ୫୫ ବର୍ଷୀୟ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବ୍ୟକ୍ତିଜଣକ ଗାଧୋଇବା ପାଇଁ ନଦୀ ଭିତରକୁ ଯାଇଥିଲେ। ସେହି ସମୟରେ ହଠାତ୍ ଗୋଟିଏ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ତାଙ୍କୁ ଗଭୀର ପାଣି ଭିତରକୁ ଟାଣି ନେଇଯାଇଥିଲା। ଏହି ଘଟଣା ପରେ ତାଙ୍କର କୌଣସି ପତ୍ତା ମିଳିନାହିଁ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। 

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଚଳିତ ବର୍ଷ ଖରସ୍ରୋତା ନଦୀରେ ଏହା ହେଉଛି ଦ୍ୱିତୀୟ କୁମ୍ଭୀର ଆକ୍ରମଣ ଘଟଣା। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଡାଲିଯୋଡା ବନାଞ୍ଚଳ ଅନ୍ତର୍ଗତ ଘୋଳପୁର ଗାଁର ୪୭ ବର୍ଷୀୟ ପ୍ରତାପ ମଲ୍ଲିକ ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ସେହି ଆକ୍ରମଣରେ ତାଙ୍କର ହାତ, ବେକ ଏବଂ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗିନ: ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ

ବାରମ୍ବାର ଘଟୁଥିବା ଏହିପରି ଘଟଣାକୁ ଦୃଷ୍ଟିରେ ରଖି ବନ ବିଭାଗ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କୁ ଖରସ୍ରୋତା ନଦୀରେ ନ ଗାଧୋଇବାକୁ ଏବଂ ନଦୀ ପାଣିକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

28 Jul 2026 By Madhusudan Das

ଯାଜପୁରରେ କୁମ୍ଭୀର ଆତଙ୍କ: ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର: ଖରାସ୍ରୋତା ନଦୀରେ ଗାଧେଇଉଥିବା ବେଳେ ଟାଣି ନେଲା କୁମ୍ଭୀର । ଯାଜପୁର ବ୍ଲକ ଛତିଶଦେବିଲି ଷୋଳବାଟି ଗାଁର ନିକଟ ନଦୀରେ ଗାଧେଇବା ବେଳେ ଘଟିଛି ଏଭଳି ଅଘଟଣ । ସ୍ଥାନୀୟ ଅଞ୍ଚଳର ୫୫ ବର୍ଷୀୟ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବ୍ୟକ୍ତିଜଣକ ଗାଧୋଇବା ପାଇଁ ନଦୀ ଭିତରକୁ ଯାଇଥିଲେ। ସେହି ସମୟରେ ହଠାତ୍ ଗୋଟିଏ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ତାଙ୍କୁ ଗଭୀର ପାଣି ଭିତରକୁ ଟାଣି ନେଇଯାଇଥିଲା। ଏହି ଘଟଣା ପରେ ତାଙ୍କର କୌଣସି ପତ୍ତା ମିଳିନାହିଁ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। 

ଚଳିତ ବର୍ଷ ଖରସ୍ରୋତା ନଦୀରେ ଏହା ହେଉଛି ଦ୍ୱିତୀୟ କୁମ୍ଭୀର ଆକ୍ରମଣ ଘଟଣା। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଡାଲିଯୋଡା ବନାଞ୍ଚଳ ଅନ୍ତର୍ଗତ ଘୋଳପୁର ଗାଁର ୪୭ ବର୍ଷୀୟ ପ୍ରତାପ ମଲ୍ଲିକ ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ସେହି ଆକ୍ରମଣରେ ତାଙ୍କର ହାତ, ବେକ ଏବଂ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ବାରମ୍ବାର ଘଟୁଥିବା ଏହିପରି ଘଟଣାକୁ ଦୃଷ୍ଟିରେ ରଖି ବନ ବିଭାଗ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କୁ ଖରସ୍ରୋତା ନଦୀରେ ନ ଗାଧୋଇବାକୁ ଏବଂ ନଦୀ ପାଣିକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର