ଖୋର୍ଦ୍ଧାରେ ସମ୍ଭାବ୍ୟ ବନ୍ୟା ସ୍ଥିତି: ୪ ଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

Madhusudan Das Picture
Published On

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆଜିଠାରୁ ଆଗାମୀ ୪ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକ୍ଷମ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ। ବର୍ତ୍ତମାନ ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ଆଗାମୀ ୪ ଦିନ ପାଇଁ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ବିଭିନ୍ନ ବ୍ଲକରେ ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ସଫଲ୍ୟ ମଣ୍ଡିତା ପ୍ରଧାନ (ଏଡିଏମ୍, ରାଜସ୍ୱ)ଙ୍କୁ ଜଟଣୀ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତାପ ଚନ୍ଦ୍ର ବେଉରା (ଏଡିଏମ୍)ଙ୍କୁ ଭୁବନେଶ୍ୱର ଦାୟିତ୍ୱ ମିଳିଛି। ସେହିପରି ଜ୍ୟୋତି ରଞ୍ଜନ ସାହୁ (ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ)ଙ୍କୁ ବାଲିପାଟଣା, ମନୋରଞ୍ଜନ ସାହୁ (ଉପଜିଲ୍ଲାପାଳ, ଭୁବନେଶ୍ୱର)ଙ୍କୁ ବାଲିଅନ୍ତା ଏବଂ ସଂକଳ୍ପ ସ୍ୱସ୍ତିକ ସାହୁ (ଉପଜିଲ୍ଲାପାଳ, ଖୋର୍ଦ୍ଧା)ଙ୍କୁ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଦାୟିତ୍ୱ ଦିଆଯାଇଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର