ଟିମ୍ ଇଣ୍ଡିଆର ନୂଆ 'ଭଗୱା' ଜର୍ସିକୁ ନେଇ ବିବାଦ, ପ୍ରଶ୍ନ ଉଠାଇଲେ ପୂର୍ବତନ ଅଧିନାୟକ ଭିରେନ୍ ରାସକିହ୍ନା

Suryakanta Picture
Published On

ଆସନ୍ତା ମାସରେ ବେଲଜିୟମ୍ ଏବଂ ନେଦରଲ୍ୟାଣ୍ଡ୍‌ସରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ୍ ହକି ବିଶ୍ୱକପ ୨୦୨୬ (FIH Hockey World Cup 2026) ପୂର୍ବରୁ ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଦଶନ୍ଧି ଧରି ଖେଳାଳିମାନେ ପିନ୍ଧି ଆସୁଥିବା ପାରମ୍ପରିକ ନୀଳ ଜର୍ସି ବଦଳରେ ଏଥର ମୁଖ୍ୟତଃ ଭଗୱା (କମଳା) ରଙ୍ଗର କିଟ୍ ପ୍ରସ୍ତୁତ କରାଯାଇଛି। ହକି ଇଣ୍ଡିଆର ଏହି ନିଷ୍ପତ୍ତି ଉପରେ କ୍ରୀଡ଼ା ଜଗତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ, ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭିରେନ୍ ରାସକିହ୍ନା ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ପୂର୍ବତନ ଅଧିନାୟକଙ୍କ ଅସନ୍ତୋଷ

ଭାରତୀୟ ହକିର ଅନ୍ୟତମ ଶ୍ରେଷ୍ଠ ମିଡ୍‌ଫିଲ୍ଡର ତଥା ପୂର୍ବତନ ଅଧିନାୟକ ଭିରେନ୍ ରାସକିହ୍ନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେ ଲେଖିଛନ୍ତି ଯେ, "ହକି ଇଣ୍ଡିଆ ଭାରତ ପାଇଁ ଅନେକ ଭଲ କାମ କରିଛି, କିନ୍ତୁ ଏହି ନିଷ୍ପତ୍ତି ଅତ୍ୟନ୍ତ ନିରାଶାଜନକ। ଭାରତୀୟ ଦଳର ପରିଚୟ ଏବଂ ଐତିହ୍ୟ ସବୁବେଳେ ନୀଳ ରଙ୍ଗର ଜର୍ସି ରହିଆସିଛି। ମୁଁ ବର୍ଷ ବର୍ଷ ଧରି ଗର୍ବର ସହିତ ନୀଳ ଜର୍ସି ପିନ୍ଧିଛି ଏବଂ ପ୍ରଶଂସକମାନେ ମଧ୍ୟ ଦଳକୁ ଏହି ରଙ୍ଗରେ ଦେଖିବାକୁ ଚାହାଁନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp