ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

Madhusudan Das Picture
Published On

ଭୁବନେଶ୍ୱର: ଘରୋଇ କଳହର କରୁଣ ପରିଣତି । ପାରିବାରିକ କଳହ ସଂସାରକୁ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଛି। ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିବା ସହ ନିଜେ ବିଷ ପାନ କରି ହସ୍ପିଟାଲରେ ମରଣ ସହ ଲଢ଼େଇ କରୁଛି ସ୍ୱାମୀ । ଗୋଟିଏ ମାତ୍ର ପିଲା ନିଜ ମା’ ବାପାକୁ ନପାଇ ବାହୁନି କାନ୍ଦୁଛି। ସ୍ତ୍ରୀ ଉପରେ ପ୍ରତିଶୋଧ ଏତେ ଭୟଙ୍କର ଥିଲା ଯେ ସେ ଗାମୁଛାରେ ଗଳା ଦବାଇଲା, ବ୍ଲେଡ୍‌‌ରେ ହାତ କାଟିଲେ, ଶେଷରେ ବିଷ ଦେଇ ସ୍ତ୍ରୀକୁ ହତ୍ୟା କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ଘର ଭିତରେ ପଡ଼ି ରହିଥିଲା ବେଳେ ସ୍ୱାମୀ ଘର ତାଲା ପକାଇ ବାହାରକୁ ଚାଲିଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ପୁଲିସ ସୂଚନା ମୁତାବକ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ମୋନିକା ଜେନା। ସେ ପ୍ରଦୀପ ଜେନାଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରେ। ତାଙ୍କର ଗୋଟିଏ ଛୋଟ ପୁଅ ରହିଛି। ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା। ବିବାଦ ଏତେ ତୀବ୍ର ହୋଇଯାଇଥିଲା ଯେ ମାମଲା ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାରେ ପହଞ୍ଚିଥିଲା। ଶରଣକୁଳ ଥାନା ପୁଲିସ ଏକ ପାରିବାରକ କଳହ ମାମଲା ରୁଜୁ କରିଥିଲା। ସ୍ତ୍ରୀ ମୋନିକା ଯେଉଁଠି ବି ରହୁଥିଲେ ସେଠାରେ ସେ ପହଞ୍ଚି ଗଣ୍ଡଗୋଳ କରୁଥିଲା। ଏପରିକି କିଛିଦିନ ତଳେ ପୁଅକୁ ବି ଜବରଦସ୍ତି ମୋନିକାଙ୍କ ଠାରୁ ନେଇ ଯାଇଥିଲା। ସ୍ୱାମୀଙ୍କ ଆକ୍ରୋଶର ଶିକାର ହେବା ଯୋଗୁଁ ଭୟରେ ବାରମ୍ବାର ଘର ବଦଳାଉଥିଲା। ରାଜଧାନୀରେ ଲୁଚି ବୁଲୁଥିଲେ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

ପ୍ରଦୀପ ଗୁଜୁରାଟରେ କାଚ ଫିଟିଂ କାମ କରନ୍ତି। ସେ କିଛିଦିନ ହେବ ଭୁବନେଶ୍ୱର ଫେରିଛନ୍ତି। ଏହା ଜାଣି ପାରି ମୋନିକା ଘର ବଦଳାଇ ଦେଇଥିଲେ। ୧୫ ଦିନ ତଳେ ମଞ୍ଚେଶ୍ୱର ଥାନା ଚକେଇସିଆଣି ଡିଏନ୍‌‌ କ୍ଲବ୍‌‌ ନିକଟସ୍ଥ ପ୍ରଶାନ୍ତୀ ଲେନ୍‌‌, ମାଳତୀ ଭବନ ପ୍ଲଟ୍‌‌ ନଂ. ୧୯୬/୫୯୪୪ରେ ମୋନିକା ତାଙ୍କ ମା’ଙ୍କ ସହ ଆସି ଭଡାରେ ରହୁଥିଲେ। ହେଲେ ପ୍ରଦୀପ ତାଙ୍କୁ ଖୋଜୁଥିଲେ। ସୋମବାର ସେ ମୋନିକାଙ୍କ ଚକେଇସିଆଣି ଠିକଣା ପାଇ ଯାଇଥିଲେ। ମୋନିକାଙ୍କ ମା’ ଲେବର କାମ କରିବାକୁ ବାହାରକୁ ଯାଇଥିଲା ବେଳେ ସେ ଆସି ପହଞ୍ଚି ଥିଲେ।
ପରେ ଉଭୟ କିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ। ଏହାପରେ ପରେ ସ୍ୱାମୀ ପ୍ରଦୀପ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲା। ଗାମୁଛାରେ ଗଳା ଦବାଇଲା, ବ୍ଲେଡ୍‌‌ରେ ହାତ କାଟିଲେ, ଶେଷରେ ସ୍ତ୍ରୀକୁ ବିଷ ଦେଇ ହତ୍ୟା କଲା। ଏହାପରେ ମାର୍କେଟରୁ ଏକ ନୂଆ ତାଲା ଆଣି ଘରେ ପକାଇ ଚାଲିଗଲା। ସନ୍ଦେହ ଜନକ ଅବସ୍ଥାରେ ନୂଆ ତାଲା ଦେଖି ଘର ମାଲିକ ପ୍ରଥମେ ତାଙ୍କ ମା’ଙ୍କୁ ଖବର ଦେଇଥିଲେ। ପରେ ତାଲା ଭଙ୍ଗି ଘରେ ପ୍ରବେଶ କରିବା ପରେ ମହିଳାଙ୍କ ରକ୍ତ ଯୁଡୁବୁଡୁ ମୃତ ଦେହ ମିଳିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷାରେ ସ୍ଥିତି ବେହାଲ: ରାଜ୍ୟର ୫ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଏନେଇ ସ୍ୱାମୀ ପ୍ରଦୀପକୁ ପୁଲିସ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ଏହାପରେ ଜଣାପଡ଼ିଥିଲା ଯେ ପ୍ରଦୀପ ହତ୍ୟା କରିବା ପରେ ନିଜେ ବିଷ ପାନ କରି ହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ପ୍ରଦୀପକୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଅଟୋରୁ ଉଦ୍ଧାର କରାଯାଇଥିଲା। ପ୍ରଦୀପକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତଦନ୍ତ ପରେ ସ୍ପଷ୍ଟ ହେବ ସେ କେଉଁ କାରଣରୁ ହତ୍ୟା କରିଛନ୍ତି। 

28 Jul 2026 By Madhusudan Das

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଘରୋଇ କଳହର କରୁଣ ପରିଣତି । ପାରିବାରିକ କଳହ ସଂସାରକୁ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଛି। ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିବା ସହ ନିଜେ ବିଷ ପାନ କରି ହସ୍ପିଟାଲରେ ମରଣ ସହ ଲଢ଼େଇ କରୁଛି ସ୍ୱାମୀ । ଗୋଟିଏ ମାତ୍ର ପିଲା ନିଜ ମା’ ବାପାକୁ ନପାଇ ବାହୁନି କାନ୍ଦୁଛି। ସ୍ତ୍ରୀ ଉପରେ ପ୍ରତିଶୋଧ ଏତେ ଭୟଙ୍କର ଥିଲା ଯେ ସେ ଗାମୁଛାରେ ଗଳା ଦବାଇଲା, ବ୍ଲେଡ୍‌‌ରେ ହାତ କାଟିଲେ, ଶେଷରେ ବିଷ ଦେଇ ସ୍ତ୍ରୀକୁ ହତ୍ୟା କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ଘର ଭିତରେ ପଡ଼ି ରହିଥିଲା ବେଳେ ସ୍ୱାମୀ ଘର ତାଲା ପକାଇ ବାହାରକୁ ଚାଲିଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ମୋନିକା ଜେନା। ସେ ପ୍ରଦୀପ ଜେନାଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରେ। ତାଙ୍କର ଗୋଟିଏ ଛୋଟ ପୁଅ ରହିଛି। ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା। ବିବାଦ ଏତେ ତୀବ୍ର ହୋଇଯାଇଥିଲା ଯେ ମାମଲା ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାରେ ପହଞ୍ଚିଥିଲା। ଶରଣକୁଳ ଥାନା ପୁଲିସ ଏକ ପାରିବାରକ କଳହ ମାମଲା ରୁଜୁ କରିଥିଲା। ସ୍ତ୍ରୀ ମୋନିକା ଯେଉଁଠି ବି ରହୁଥିଲେ ସେଠାରେ ସେ ପହଞ୍ଚି ଗଣ୍ଡଗୋଳ କରୁଥିଲା। ଏପରିକି କିଛିଦିନ ତଳେ ପୁଅକୁ ବି ଜବରଦସ୍ତି ମୋନିକାଙ୍କ ଠାରୁ ନେଇ ଯାଇଥିଲା। ସ୍ୱାମୀଙ୍କ ଆକ୍ରୋଶର ଶିକାର ହେବା ଯୋଗୁଁ ଭୟରେ ବାରମ୍ବାର ଘର ବଦଳାଉଥିଲା। ରାଜଧାନୀରେ ଲୁଚି ବୁଲୁଥିଲେ।

ପ୍ରଦୀପ ଗୁଜୁରାଟରେ କାଚ ଫିଟିଂ କାମ କରନ୍ତି। ସେ କିଛିଦିନ ହେବ ଭୁବନେଶ୍ୱର ଫେରିଛନ୍ତି। ଏହା ଜାଣି ପାରି ମୋନିକା ଘର ବଦଳାଇ ଦେଇଥିଲେ। ୧୫ ଦିନ ତଳେ ମଞ୍ଚେଶ୍ୱର ଥାନା ଚକେଇସିଆଣି ଡିଏନ୍‌‌ କ୍ଲବ୍‌‌ ନିକଟସ୍ଥ ପ୍ରଶାନ୍ତୀ ଲେନ୍‌‌, ମାଳତୀ ଭବନ ପ୍ଲଟ୍‌‌ ନଂ. ୧୯୬/୫୯୪୪ରେ ମୋନିକା ତାଙ୍କ ମା’ଙ୍କ ସହ ଆସି ଭଡାରେ ରହୁଥିଲେ। ହେଲେ ପ୍ରଦୀପ ତାଙ୍କୁ ଖୋଜୁଥିଲେ। ସୋମବାର ସେ ମୋନିକାଙ୍କ ଚକେଇସିଆଣି ଠିକଣା ପାଇ ଯାଇଥିଲେ। ମୋନିକାଙ୍କ ମା’ ଲେବର କାମ କରିବାକୁ ବାହାରକୁ ଯାଇଥିଲା ବେଳେ ସେ ଆସି ପହଞ୍ଚି ଥିଲେ।
ପରେ ଉଭୟ କିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ। ଏହାପରେ ପରେ ସ୍ୱାମୀ ପ୍ରଦୀପ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲା। ଗାମୁଛାରେ ଗଳା ଦବାଇଲା, ବ୍ଲେଡ୍‌‌ରେ ହାତ କାଟିଲେ, ଶେଷରେ ସ୍ତ୍ରୀକୁ ବିଷ ଦେଇ ହତ୍ୟା କଲା। ଏହାପରେ ମାର୍କେଟରୁ ଏକ ନୂଆ ତାଲା ଆଣି ଘରେ ପକାଇ ଚାଲିଗଲା। ସନ୍ଦେହ ଜନକ ଅବସ୍ଥାରେ ନୂଆ ତାଲା ଦେଖି ଘର ମାଲିକ ପ୍ରଥମେ ତାଙ୍କ ମା’ଙ୍କୁ ଖବର ଦେଇଥିଲେ। ପରେ ତାଲା ଭଙ୍ଗି ଘରେ ପ୍ରବେଶ କରିବା ପରେ ମହିଳାଙ୍କ ରକ୍ତ ଯୁଡୁବୁଡୁ ମୃତ ଦେହ ମିଳିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏନେଇ ସ୍ୱାମୀ ପ୍ରଦୀପକୁ ପୁଲିସ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ଏହାପରେ ଜଣାପଡ଼ିଥିଲା ଯେ ପ୍ରଦୀପ ହତ୍ୟା କରିବା ପରେ ନିଜେ ବିଷ ପାନ କରି ହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ପ୍ରଦୀପକୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଅଟୋରୁ ଉଦ୍ଧାର କରାଯାଇଥିଲା। ପ୍ରଦୀପକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତଦନ୍ତ ପରେ ସ୍ପଷ୍ଟ ହେବ ସେ କେଉଁ କାରଣରୁ ହତ୍ୟା କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର