ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ନବୀନ ପଟ୍ଟନାୟକଙ୍କ ବିରୋଧରେ ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନିନ୍ଦା

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ନୂଆଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନର ସମାଧାନ ବର୍ବରୋଚିତ ଆକ୍ରମଣ ନୁହେଁ ବରଂ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ହେବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନକୁ ବିକୃତ କରିବାର ପ୍ରୟାସକୁ କଡ଼ା ନିନ୍ଦା କରିଛି ବିଜେଡି। 

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

 ବୁଧବାର ଶଙ୍ଖ ଭବନରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଦେଶର ରାଜଧାନୀରେ ଦେଖାଦେଇଥିବା ଏହି ଅସନ୍ତୋଷ ସମଗ୍ର ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି। ସରକାର ସେମାନଙ୍କ ଦାବିକୁ ଶୁଣି ସମାଧାନ କରିବା ପରିବର୍ତ୍ତେ ନୀରବ ରହିଲେ, ଯାହାଫଳରେ ପରିସ୍ଥିତି ଅଧିକ ଜଟିଳ ହୋଇପଡିଲା । ଗତ ୧୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୯୯ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ଯୋଗୁଁ ପ୍ରାୟ ୬.୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦାଳନ କୌଣସି ରାଜନୈତିକ ଦଳର ଆନୁଷ୍ଠାନିକ କାର୍ଯ୍ୟକ୍ରମ ନଥିଲା । ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ସରକାରଙ୍କ ଦାୟିତ୍ୱ। ମାତ୍ର ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶବିରୋଧୀ ଏବଂ ପାକିସ୍ତାନ ଓ ଚୀନ ଏଜେଣ୍ଟ ବୋଲି ଅଭିହିତ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଶିକ୍ଷା ବ୍ୟବସ୍ଥାକୁ ସଠିକ୍‌ ଭାବେ ପରିଚାଳନା କରିବାରେ ସରକାର ବିଫଳ ହେଲେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଏହାର ନୈତିକ ଦାୟିତ୍ୱ ନେବାକୁ ପଡ଼ିବ। ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଦେବା ଉଚିତ୍‌ । କଟକର ସାଂସଦ ଭର୍ତ୍ତୃହରି ମହତାବ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜଣେ ଜନପ୍ରତିନିଧିଙ୍କ ପାଇଁ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଉପସଭାପତି ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ସମଗ୍ର ଦେଶରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିବା ପରିବର୍ତ୍ତେ ଭର୍ତ୍ତୃହରି ମହତାବ ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଭିନ୍ନ ଦିଗକୁ ନେବାକୁ ଚେଷ୍ଟା କରିଛନ୍ତି। ନବୀନ ପଟ୍ଟନାୟକ ସର୍ବଦା ଗଣତାନ୍ତ୍ରିକ ମୂଲ୍ୟବୋଧର ସପକ୍ଷରେ ରହିଆସିଛନ୍ତି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରିଆସିଛନ୍ତି। ନବୀନ ପଟ୍ଟନାୟକଙ୍କ ବିବୃତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା। ସେ କେବଳ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବାକୁ ଅନୁରୋଧ କରିଥିଲେ। ତେଣୁ ଭର୍ତ୍ତୃହରି ନବୀନଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର