ରାଜ୍ଯ କ୍ଯାବିନେଟରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର, ମିଶନ ଶକ୍ତି ନୂଆ ବିଭାଗ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ  ମିଶନ ଶକ୍ତି ନାମରେ ନୂଆ ବିଭାଗକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ  ମିଶନ ଶକ୍ତି ନାମରେ ନୂଆ ବିଭାଗକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ଏଥିସହ ୧୦ଟି ଗ୍ରାମୀଣ ପାଇପ୍ ପାଣି ଯୋଗାଣ କାର୍ଯ୍ଯକୁ ମଞ୍ଜୁରୀ ମିଳିଛି । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା. ଜଟଣୀ, ଗନ୍ଦିଆଁ, ଭୁବନ, ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଝାରପୁପ ବ୍ଲକରେ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ସ୍କିମରେ ନିର୍ମାଣ କାର୍ଯ୍ଯ କରାଯିବ । ଗ୍ରାମ୍ୟ ପାଇପ୍ ଜଳ ଯୋଜନାରେ ସମ୍ବଲପୁର ଜିଲ୍ଲାର ୨୬ଟି ପଞ୍ଚାୟତ ଓ ଝାରସୁଗୁଡ଼ା ବ୍ଲକର ୨ଟି ପଞ୍ଚାୟତରେ ନିର୍ମାଣ ହେବ ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ୍ ଅଧୀନରେ ୨୫ ଏକର ଜମିରେ ଏମ୍ସ ସାଟେଲାଇଟ୍ ସେଣ୍ଟର ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିସହ ରାଜ୍ୟ ବିହନ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପ୍ରଦାନ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ଅର୍ଥ ଉନ୍ନତମାନର ବିହନ, ଚାରା ସଂଗ୍ରହ ଓ ଚାଷୀଙ୍କୁ ଯୋଗାଣ ପାଇଁ ବିନିଯୋଗ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧିନରେ ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

06 Mar 2021 By The Sakala

ରାଜ୍ଯ କ୍ଯାବିନେଟରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର, ମିଶନ ଶକ୍ତି ନୂଆ ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ  ମିଶନ ଶକ୍ତି ନାମରେ ନୂଆ ବିଭାଗକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

ଏଥିସହ ୧୦ଟି ଗ୍ରାମୀଣ ପାଇପ୍ ପାଣି ଯୋଗାଣ କାର୍ଯ୍ଯକୁ ମଞ୍ଜୁରୀ ମିଳିଛି । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା. ଜଟଣୀ, ଗନ୍ଦିଆଁ, ଭୁବନ, ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଝାରପୁପ ବ୍ଲକରେ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ସ୍କିମରେ ନିର୍ମାଣ କାର୍ଯ୍ଯ କରାଯିବ । ଗ୍ରାମ୍ୟ ପାଇପ୍ ଜଳ ଯୋଜନାରେ ସମ୍ବଲପୁର ଜିଲ୍ଲାର ୨୬ଟି ପଞ୍ଚାୟତ ଓ ଝାରସୁଗୁଡ଼ା ବ୍ଲକର ୨ଟି ପଞ୍ଚାୟତରେ ନିର୍ମାଣ ହେବ ।

ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ୍ ଅଧୀନରେ ୨୫ ଏକର ଜମିରେ ଏମ୍ସ ସାଟେଲାଇଟ୍ ସେଣ୍ଟର ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିସହ ରାଜ୍ୟ ବିହନ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପ୍ରଦାନ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ଅର୍ଥ ଉନ୍ନତମାନର ବିହନ, ଚାରା ସଂଗ୍ରହ ଓ ଚାଷୀଙ୍କୁ ଯୋଗାଣ ପାଇଁ ବିନିଯୋଗ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧିନରେ ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର