ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ସାର ଉତ୍ପାଦନକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ତାଳଚେରରେ ଏକ ନୂତନ ଗ୍ରୀନଫିଲ୍ଡ ୟୁରିଆ କାରଖାନା ସ୍ଥାପନ କରୁଛନ୍ତି। ଫର୍ଟିଲାଇଜର କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ର ତାଳଚେର ୟୁନିଟ୍‌ର ପୁନଃକାର୍ଯ୍ୟକ୍ଷମ ପରେ ଯୁଗ୍ମ ଉଦ୍ୟମ (ଜଏଣ୍ଟ ଭେଞ୍ଚର) ମାଧ୍ୟମରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌) ପକ୍ଷରୁ ବର୍ଷକୁ ୧୨.୭ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ କାରଖାନା ନିର୍ମାଣ କରାଯାଉଛି ବୋଲି ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ରସାୟନ ଓ ସାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ସାଂସଦ ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଓଡ଼ିଶାରେ ସାର ଉତ୍ପାଦନ ୟୁନିଟ୍‌ ସ୍ଥାପନ କିମ୍ୱା ପୁରୁଣା ସାର କାରଖାନାର ପୁନଃରୁଦ୍ଧାର ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ରହିଛି କି? ଯଦି ହଁ, ତେବେ ସେହି ପ୍ରସ୍ତାବଗୁଡ଼ିକର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ପ୍ରଶ୍ନ କରିଥିଲେ। ଏହାସହ ସେହି ପ୍ରସ୍ତାବଗୁଡ଼ିକର ବର୍ତ୍ତମାନ ସ୍ଥିତି, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା କେତେ ପରିମାଣରେ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ଆଦି ଜଣାଇବାକୁ ପ୍ରଶ୍ନ କରିଥିଲେ।  ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୩୦ ଜୁନ୍‌ ୨୦୨୬ ସୁଦ୍ଧା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ୭୨.୫୬ ପ୍ରତିଶତରେ ପହଞ୍ଚିଛି। ଏହି ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଶ୍ରମିକଙ୍କ ସହ ଅଭିଜ୍ଞ ବୃତ୍ତିଗତ କର୍ମଚାରୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେଉଥିବା ସରକାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ଅନ୍ୟପକ୍ଷରେ ଫସଫେଟିକ ଓ ପୋଟାସିକ ସାର କ୍ଷେତ୍ରରେ ୧ ଏପ୍ରିଲ୍‌ ୨୦୧୦ରୁ ପୋଷକ ଭିତ୍ତିକ ସବସିଡି ଯୋଜନା କାର୍ଯ୍ୟକାରୀ ରହିଛି। ଏହି ଯୋଜନା ଅନୁସାରେ ‘ପିଏଣ୍ଡକେ’ ସାର ଓପେନ୍‌ ଜେନେରାଲ୍‌ ଲାଇସେନ୍ସ ଅଧୀନରେ ରହିଥିବାରୁ କମ୍ପାନୀମାନେ ନିଜ ବ୍ୟବସାୟିକ ଆବଶ୍ୟକତା ଓ ରଣନୀତି ଅନୁଯାୟୀ ସାର ଆମଦାନି, ଉତ୍ପାଦନ କିମ୍ୱା ନୂତନ କାରଖାନା ସ୍ଥାପନ ଏବଂ ପୁରୁଣା କାରଖାନାର ପୁନରୁଦ୍ଧାର କରିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

21 Jul 2026 By Madhusudan Das

ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ସାର ଉତ୍ପାଦନକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ତାଳଚେରରେ ଏକ ନୂତନ ଗ୍ରୀନଫିଲ୍ଡ ୟୁରିଆ କାରଖାନା ସ୍ଥାପନ କରୁଛନ୍ତି। ଫର୍ଟିଲାଇଜର କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ର ତାଳଚେର ୟୁନିଟ୍‌ର ପୁନଃକାର୍ଯ୍ୟକ୍ଷମ ପରେ ଯୁଗ୍ମ ଉଦ୍ୟମ (ଜଏଣ୍ଟ ଭେଞ୍ଚର) ମାଧ୍ୟମରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌) ପକ୍ଷରୁ ବର୍ଷକୁ ୧୨.୭ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ କାରଖାନା ନିର୍ମାଣ କରାଯାଉଛି ବୋଲି ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ରସାୟନ ଓ ସାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଓଡ଼ିଶାରେ ସାର ଉତ୍ପାଦନ ୟୁନିଟ୍‌ ସ୍ଥାପନ କିମ୍ୱା ପୁରୁଣା ସାର କାରଖାନାର ପୁନଃରୁଦ୍ଧାର ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ରହିଛି କି? ଯଦି ହଁ, ତେବେ ସେହି ପ୍ରସ୍ତାବଗୁଡ଼ିକର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ପ୍ରଶ୍ନ କରିଥିଲେ। ଏହାସହ ସେହି ପ୍ରସ୍ତାବଗୁଡ଼ିକର ବର୍ତ୍ତମାନ ସ୍ଥିତି, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା କେତେ ପରିମାଣରେ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ଆଦି ଜଣାଇବାକୁ ପ୍ରଶ୍ନ କରିଥିଲେ।  ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୩୦ ଜୁନ୍‌ ୨୦୨୬ ସୁଦ୍ଧା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ୭୨.୫୬ ପ୍ରତିଶତରେ ପହଞ୍ଚିଛି। ଏହି ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଶ୍ରମିକଙ୍କ ସହ ଅଭିଜ୍ଞ ବୃତ୍ତିଗତ କର୍ମଚାରୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେଉଥିବା ସରକାର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଫସଫେଟିକ ଓ ପୋଟାସିକ ସାର କ୍ଷେତ୍ରରେ ୧ ଏପ୍ରିଲ୍‌ ୨୦୧୦ରୁ ପୋଷକ ଭିତ୍ତିକ ସବସିଡି ଯୋଜନା କାର୍ଯ୍ୟକାରୀ ରହିଛି। ଏହି ଯୋଜନା ଅନୁସାରେ ‘ପିଏଣ୍ଡକେ’ ସାର ଓପେନ୍‌ ଜେନେରାଲ୍‌ ଲାଇସେନ୍ସ ଅଧୀନରେ ରହିଥିବାରୁ କମ୍ପାନୀମାନେ ନିଜ ବ୍ୟବସାୟିକ ଆବଶ୍ୟକତା ଓ ରଣନୀତି ଅନୁଯାୟୀ ସାର ଆମଦାନି, ଉତ୍ପାଦନ କିମ୍ୱା ନୂତନ କାରଖାନା ସ୍ଥାପନ ଏବଂ ପୁରୁଣା କାରଖାନାର ପୁନରୁଦ୍ଧାର କରିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର