ପୁରୀ ରଥଯାତ୍ରାରେ ଠେଲାପେଲାରେ ଜଣକ ମୃତ୍ୟୁ ଘଟଣାରେ ବିଜେଡିର ଶୋକ ପ୍ରକାଶ, ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ

Madhusudan Das Picture
Published On

ଭୁବନେଶ୍ୱର: ପବିତ୍ର ପୁରୀ ରଥଯାତ୍ରା ଅବସରରେ ଦଳାଚକଟା ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହାସହିତ  ଶତାଧିକ ଭକ୍ତ ଆହତ ହୋଇଛନ୍ତି। ଏହି ଘଟଣାରେ ବିଜେଡି ଶୋକ ପ୍ରକାଶ କରିବା ସହ ରଥଯାତ୍ରାକୁ ତୃଟିଶୂନ୍ୟ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଝୁଲି ଝୁଲି ବଡ଼ଦାଣ୍ଡକୁ ଆସୁଛନ୍ତି ମହାବାହୁ; ନନ୍ଦିଘୋଷ ରଥରେ ବସି ମାଉସୀ ଘରକୁ ଯିବେ କାଳିଆ ସାଆନ୍ତ

ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ମୃତ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍‌୍‌ଗତି କାମନା କରିଛନ୍ତି। ସେହିପରି ଆହତ ସମସ୍ତ ଭକ୍ତଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି। ରାଜ୍ୟ ସରକାରଙ୍କୁ ଆହତ ସମସ୍ତ ଭକ୍ତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ସହ ପ୍ରଭାବିତ ପରିବାରମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପବିତ୍ର ଧାର୍ମିକ ମହୋତ୍ସବ ମଧ୍ୟରୁ ଅନ୍ୟତମ ଅଟେ। ଯେଉଁଥିରେ କି ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷର ରଥଯାତ୍ରାରେ ଘଟି ଯାଇଥିବା ଏହିପରି ଦୁର୍ଭାଗ୍ୟଜନକ ଘଟଣା ସମସ୍ତ ଭକ୍ତଙ୍କୁ ଗଭୀର ମର୍ମାହତ କରିଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରଥଯାତ୍ରା ସମୟରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଭକ୍ତ ଭିଡଜନିତ ଅଘଟଣ ଓ ଅନ୍ୟାନ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଘୋଷଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ଜଣେ ଭକ୍ତଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅନିଲ ଦାସ ବୋଲି ସୂଚନା ମିଳିଛି। ଏଭଳି ପ୍ରତ୍ୟେକ ଘଟଣା ଗଭୀର ଚିନ୍ତାର ବିଷୟ ଏବଂ ଏହାର ଯତ୍ନଶୀଳ ସମୀକ୍ଷା ଓ ଅନୁଧ୍ୟାନ ଆବଶ୍ୟକ। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା, ସୁରକ୍ଷା ପ୍ରୋଟୋକଲ, ଜରୁରୀକାଳୀନ ଚିକିତ୍ସା ସେବା ଏବଂ ସାମଗ୍ରିକ ପ୍ରଶାସନିକ ପରିଚାଳନାର ଏକ ବ୍ୟାପକ ସମୀକ୍ଷା କରାଯିବା ଆବଶ୍ୟକ ଅଟେ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଅଘଟଣର ପୁର୍ନରାବୃତ୍ତି ଯେପରି ନହେବ ସେଥିପ୍ରତି ଯତ୍ନଶୀଳ ହୁଅନ୍ତୁ। ଆଗାମୀ ଭବିଷ୍ୟତରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଉପଯୁକ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ପବିତ୍ର ଏହି ମହୋତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ନିରାପତ୍ତା ଓ ମର୍ଯ୍ୟାଦାକୁ ସୁନିଶ୍ଚିତ କରାଯିବା ଉଚିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରିଚାଳନା ସମୟରେ ଭକ୍ତ ମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଡ. ମହାନ୍ତି ଦବି ଜଣାଇଛନ୍ତି।  

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

16 Jul 2026 By Madhusudan Das

ପୁରୀ ରଥଯାତ୍ରାରେ ଠେଲାପେଲାରେ ଜଣକ ମୃତ୍ୟୁ ଘଟଣାରେ ବିଜେଡିର ଶୋକ ପ୍ରକାଶ, ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ

ଭୁବନେଶ୍ୱର: ପବିତ୍ର ପୁରୀ ରଥଯାତ୍ରା ଅବସରରେ ଦଳାଚକଟା ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହାସହିତ  ଶତାଧିକ ଭକ୍ତ ଆହତ ହୋଇଛନ୍ତି। ଏହି ଘଟଣାରେ ବିଜେଡି ଶୋକ ପ୍ରକାଶ କରିବା ସହ ରଥଯାତ୍ରାକୁ ତୃଟିଶୂନ୍ୟ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି । 

ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ମୃତ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍‌୍‌ଗତି କାମନା କରିଛନ୍ତି। ସେହିପରି ଆହତ ସମସ୍ତ ଭକ୍ତଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି। ରାଜ୍ୟ ସରକାରଙ୍କୁ ଆହତ ସମସ୍ତ ଭକ୍ତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ସହ ପ୍ରଭାବିତ ପରିବାରମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପବିତ୍ର ଧାର୍ମିକ ମହୋତ୍ସବ ମଧ୍ୟରୁ ଅନ୍ୟତମ ଅଟେ। ଯେଉଁଥିରେ କି ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷର ରଥଯାତ୍ରାରେ ଘଟି ଯାଇଥିବା ଏହିପରି ଦୁର୍ଭାଗ୍ୟଜନକ ଘଟଣା ସମସ୍ତ ଭକ୍ତଙ୍କୁ ଗଭୀର ମର୍ମାହତ କରିଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରଥଯାତ୍ରା ସମୟରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଭକ୍ତ ଭିଡଜନିତ ଅଘଟଣ ଓ ଅନ୍ୟାନ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। 

ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଘୋଷଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ଜଣେ ଭକ୍ତଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅନିଲ ଦାସ ବୋଲି ସୂଚନା ମିଳିଛି। ଏଭଳି ପ୍ରତ୍ୟେକ ଘଟଣା ଗଭୀର ଚିନ୍ତାର ବିଷୟ ଏବଂ ଏହାର ଯତ୍ନଶୀଳ ସମୀକ୍ଷା ଓ ଅନୁଧ୍ୟାନ ଆବଶ୍ୟକ। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା, ସୁରକ୍ଷା ପ୍ରୋଟୋକଲ, ଜରୁରୀକାଳୀନ ଚିକିତ୍ସା ସେବା ଏବଂ ସାମଗ୍ରିକ ପ୍ରଶାସନିକ ପରିଚାଳନାର ଏକ ବ୍ୟାପକ ସମୀକ୍ଷା କରାଯିବା ଆବଶ୍ୟକ ଅଟେ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଅଘଟଣର ପୁର୍ନରାବୃତ୍ତି ଯେପରି ନହେବ ସେଥିପ୍ରତି ଯତ୍ନଶୀଳ ହୁଅନ୍ତୁ। ଆଗାମୀ ଭବିଷ୍ୟତରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଉପଯୁକ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ପବିତ୍ର ଏହି ମହୋତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ନିରାପତ୍ତା ଓ ମର୍ଯ୍ୟାଦାକୁ ସୁନିଶ୍ଚିତ କରାଯିବା ଉଚିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରିଚାଳନା ସମୟରେ ଭକ୍ତ ମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଡ. ମହାନ୍ତି ଦବି ଜଣାଇଛନ୍ତି।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର