ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା, ଗତକାଲି କେବଳ ପହଣ୍ଡିବିଜେ ଓ ରଥାରୁଢ଼ ହୋଇଥିଲେ ଠାକୁର

Madhusudan Das Picture
Published On

ବାରିପଦା: ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଟଣା ଆରମ୍ଭ । ଗୁରୁବାର ପହଣ୍ଡିବିଜେ ଓ ରଥାରୁଢ଼ କାର୍ଯ୍ୟ ସମ୍ପନ୍ନ ହୋଇଛି । ରଥାରୂଢ ଦିଅଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି । ପରମ୍ପରା ଅନୁଯାୟୀ ଆଜି ଓ ଆସନ୍ତାକାଲି ଦୁଇଦିନ ରଥ ଟଣା ଯିବ । ଏଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ ରହିଛନ୍ତି ।    

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହିଳାଙ୍କ ଦ୍ବାରା ସୁଭଦ୍ରାଙ୍କ ରଥଟଣା ଦୁଇଦିନ ହେବ । ରଥଯାତ୍ରା ପାଇଁ ମୟୂରଭଞ୍ଜ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ରଥଯାତ୍ରା ଉପଲକ୍ଷେ ଦୋଳି, ବିଭିନ୍ନ ମନୋରଞ୍ଜନ ଷ୍ଟଲ ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ଦୋକାନୀଗଣ ଆସି ମେଳାରେ ନିଜର ପସରା ମେଲାଇଛନ୍ତି । ଆଜି ଅପରାହ୍ନ ୨ଟା ୩୦ମିନିଟରେ ବଳଭଦ୍ର ଓ ତାପରେ ସୁଭଦ୍ରାଙ୍କ ରଥ ଟଣାଯିବ । ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିର ପହଞ୍ଚିବାକୁ ଥିବା ବେଳେ ସୁଭଦ୍ରାଙ୍କ ରଥ ଅଧା ରାସ୍ତା ଟାଉନ ଥାନା ସମ୍ମୁଖରେ ରହିବ । ଶନିବାର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆରମ୍ଭ ହୋଇ ସୁଭଦ୍ରାଙ୍କ ରଥ ସହିତ ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚିବ । ଜିଲ୍ଲାପାଳ ହେମକାନ୍ତ ସଏଙ୍କ ସହିତ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ମଧ୍ୟ ନିଜେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର