ହୀରାକୁଦରୁ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ୍

Suryakanta Picture
Published On

ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମ ପର୍ଯ୍ୟାୟରେ ଡ୍ୟାମ୍‌ର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟା ଜଳ ଛଡ଼ାଯାଇଛି। ଆଗକୁ ଜଳପ୍ରବାହ ବଢ଼ିଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବଢ଼ୁଛି ଜଳଭଣ୍ଡାରର ଜଳସ୍ତର

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବ୍ୟାପକ ମାତ୍ରାରେ ଜଳ ପ୍ରବେଶ କରୁଛି। ଗୁରୁବାର ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୪.୬୫ ଫୁଟ୍ରେ ପହଞ୍ଚିଥିଲା। ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୧,୬୪,୦୦୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ଗେଟ୍ ଖୋଲିବା ପୂର୍ବରୁ ମାତ୍ର ୨୭,୫୯୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିଲା। ୪ଟି ଗେଟ୍ ଖୋଲିବା ପରେ ମହାନଦୀକୁ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବାର ଲକ୍ଷ୍ୟ ରଖାଯାଇଛି। ଜଳ ପରିଚାଳନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ତଳିଆ ଅଞ୍ଚଳ ଓ ନଦୀକୂଳିଆ ଲୋକଙ୍କ ପାଇଁ ସତର୍କ ସୂଚନା

ବନ୍ୟା ଜଳ ନିଷ୍କାସନ କାରଣରୁ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଥିପାଇଁ ମହାନଦୀ ଅବବାହିକାରେ ଆସୁଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷ କରି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ନଦୀ କୂଳକୁ ଯିବା ଏବଂ ସେଲ୍‌ଫି କିମ୍ବା ଭିଡିଓ କରିବା ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳକୁ 'ନୋ-ଫ୍ଲାଇଂ ଜୋନ୍' (No-Flying Zone) ଘୋଷଣା କରାଯାଇଛି। ନଦୀକୂଳିଆ ବାସିନ୍ଦାଙ୍କୁ ନଦୀଗର୍ଭକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର