ପୁଣି ଅଶାନ୍ତ ରାଜଧାନୀ; ରାତି ଅଧରେ ଲକ୍ଷ୍ମୀସାଗରରେ ବୁଲିଲା ଖଣ୍ଡା, ଦୋକାନୀଙ୍କୁ ହାଣିଲେ ଦୁର୍ବୃତ୍ତ

Madhusudan Das Picture
Published On

ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର । ରାତି ଅଧରେ ଲକ୍ଷ୍ମୀସାଗର ଅଞ୍ଚଳରେ ବୁଲିଲା ଖଣ୍ଡା । ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଲହୁଲୁହାଣ ହେଲେ ଦୋକାନୀ ଓ ମହିଳା । ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ରାସ୍ତାରେ ଖଣ୍ଡା ଓ ତେଲେଙ୍ଗା କଟୁରୀ ଧରି ଆତଙ୍କ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ଜଣେ ଦୋକାନୀଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାରେ ଜଣେ ମହିଳା ମଧ୍ୟ ଖଣ୍ଡା ଆକ୍ରମଣରେ ଆହତ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଆକ୍ରମଣ ସମୟରେ ଜଣେ ମହିଳା ମଧ୍ୟ ଖଣ୍ଡା ଚୋଟରେ ଆହତ ହୋଇଥିବା ଜଣାପଡ଼ିଛି । ଉଭୟ ଆହତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଆକ୍ରମଣ କରିବାର କାରଣ କ'ଣ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର