ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ମହିଳା ଜନିତ ହିଂସା ଥମିବାର ନାଁ ଧରୁନାହିଁ। କିଛି ଦିନ ପୂର୍ବରୁ ପଡ଼ୋଶୀ ଯୁବତୀ ଓ ଘରୋଇ ସହାୟିକା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଗତକାଲି ପୁଣି ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି। ଯୁବତୀଙ୍କୁ ଚାକିରି ବାହାନାରେ ଡାକି ଦୁଷ୍କର୍ମ କରିଛନ୍ତି। ଜାଗମରା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଦୁଷ୍କର୍ମ ପୀଡ଼ିତା ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ହୋଟେଲରେ ଚଢ଼ଉ କରି ପ୍ରେମୀ ଯୁଗଳଙ୍କ ସମେତ ୩ ଜଣଙ୍କୁ ଥାନାକୁ ଉଠାଇ ଆଣିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅଭିଯୋଗ ଅନୁଯାୟୀ, ବାଲେଶ୍ୱରର ଜଣେ ଯୁବତୀ ପରିବାର ପୋଷଣ ପାଇଁ ଚାକିରି ସନ୍ଧାନ କରୁଥିଲେ। ସେହି ସମୟରେ ସଞ୍ଜୟ ତାଙ୍କୁ ଇଭେଣ୍ଟ୍‌‌ ମ୍ୟାନେଜମେଣ୍ଟ ସଂସ୍ଥାରେ ଚାକିରି ଦେବ କହିଥିଲା। ବିବାହ, ଜନ୍ମଦିନ ଆଦି ଉତ୍ସବରେ କାମ କରିବାକୁ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଡକାଇଥିଲା। ଯୁବତୀ ଜଣକ ରାଜଧାନୀରେ ଆସି ପହଞ୍ଚିବା ପରେ ଜାଗମରା ଅଞ୍ଚଳରେ ଥିବା ହୋଟେଲ ସୃତିକୁ ନେଇ ଯାଇଥିଲେ। ଇଭେଣ୍ଟ୍‌‌ ସଂସ୍ଥା ବଦଳରେ ବାରରେ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥିଲା। ହେଲେ ଯୁବତୀ ଜଣକ ଅରାଜି ହେବାରୁ ସଞ୍ଜୟ, ତା’ର ପ୍ରେମିକା ଜୟା ଓ ଜୟାର ଭାଇ ମିଶି ତାଙ୍କୁ ମାଡ଼ ମାରିଥିଲେ। ଯୁବତୀ ଜଣକ ପଳାଇବାକୁ ଉଦ୍ୟମ କରିବାରୁ ତାଙ୍କୁ ହୋଟେଲ ରୁମରେ ବନ୍ଦୀ କରି ରଖିଥିଲେ। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

କିଛିଦିନ ତଳେ ସନ୍ଧ୍ୟାରେ ଯୁବତୀ ଜଣକ ରୁମରେ ଥିବାବେଳେ ସଞ୍ଜୟ ଆସି ପହଞ୍ଚିଥିଲା। ରୁମ୍‌‌ ଭିତରକୁ ପଶି ଭିତର ପଟରୁ ଲକ୍‌‌ କରି ଦେଇଥିଲା। ଯୁବତୀଙ୍କୁ ମାଡ଼ ମାରିବା ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଚିତ୍କାର କରିଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କେହି ନଥିଲେ। ଦୁଷ୍କର୍ମ କରିବା ପରେ ସଞ୍ଜୟ ସେଠାରୁ ଚାଲି ଯାଇଥିଲା। କିଛି ସମୟପରେ ଜୟାର ଭାଇ ଆସି ରୁମରେ ପହଞ୍ଚିଥିଲା। ସେ ମଧ୍ୟ ଭିତର ପଟରୁ କବାଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମର ଶିକାର ହେବାପରେ ଯୁବତୀ ଜଣକ ଖସିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଞ୍ଜୟ ଓ ତା’ର ପ୍ରେମିକା ଜୟା ଓ ଜୟାର ଭାଇ ମିଶି ତାଙ୍କୁ ମାରପିଟ୍‌‌ କରିବା ସହ ଯିବାକୁ ଦେଇ ନଥିଲେ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ବୁଧବାର ଅପରାହ୍ଣରେ ଯୁବତୀ ଜଣକ କୌଣସି ମତେ ହୋଟେଲରୁ ଖସି ଆସିଥିଲେ। ଖଣ୍ଡଗିରି ଥାନାକୁ ଯାଇ ଘଟଣା ସମ୍ପର୍କରେ ଏତଲା ଦେଇଥିଲେ। ସଞ୍ଜୟ, ତା’ର ପ୍ରେମିକା ଜୟା ଓ ଜୟାର ଭାଇ ମିଶି ୧୦ରୁ ଅଧିକ ଯୁବତୀଙ୍କୁ ରଖି ଦେହ ବ୍ୟବସାୟରେ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିବା ସହ ଜାଗମରାସ୍ଥିତ ହୋଟେଲ ସୃତିରେ ଚଢ଼ଉ କରିଥିଲା। ସେଠାରୁ ସଞ୍ଜୟ, ଜୟା ଓ ଜୟାର ଭାଇକୁ ଥାନାକୁ ଉଠାଇ ଆଣିଥିଲା। ସେମାନଙ୍କ ଠାରୁ ମୋବାଇଲ ଫୋନ୍‌‌ ଜବତ କରିବା ସହ ଅଟକ ରଖି ପଚରାଉଚରା ଚଳାଇଛି। ମୋବାଇଲ୍‌‌ ଫୋନରୁ ଓଡ଼ିଆ ସମେତ ବଙ୍ଗୀୟ ଯୁବତୀଙ୍କ ଫଟୋ ମିଳିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର