ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍‌ ଖୋଲିଲା

Madhusudan Das Picture
Published On

କୋରାପୁଟ: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଉଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛକୁଣ୍ଡ ଡ୍ୟାମର ପ୍ରଥମ ଗେଟ୍ ଖୋଲିଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅତିରିକ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ଲାଗି ଡ୍ୟାମ୍‌ର ଏକ ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଜଳଭଣ୍ଡାରରୁ ଏହି ବଳକା ବର୍ଷା ଜଳକୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଆଡ଼କୁ ଛଡ଼ାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋଳଥିଆ ଡବଲ୍ ମର୍ଡର ଘଟଣା: ଦୁଇ ନାବାଳକ ଛାତ୍ର ଗିରଫ, ପ୍ରେମ ବ୍ୟାପାରରୁ ଯୋଜନାବଦ୍ଧ ହତ୍ୟା

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ମାଛକୁଣ୍ଡ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨,୫୯୦ ଫୁଟ୍ ରହିଛି। ବର୍ତ୍ତମାନ ସୁଦ୍ଧା ଏହାର ଜଳସ୍ତର ୨,୫୮୭ ଫୁଟ୍‌ରେ ପହଞ୍ଚିଛି। ତେଣୁ ବୃଦ୍ଧି ପାଉଥିବା ଜଳସ୍ତରକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ଗୋଟିଏ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଝାରପଡା ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ, ଚିହ୍ନଟ ହେଲେଣୀ ୮ଜଣ ରୋଗୀ !

ଗତ କିଛି ଦିନ ହେବ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ରହିବା କାରଣରୁ ଗେଟ୍ ଖୋଲିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ, ଜଳସ୍ତର ଉପରେ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ହାଇଆଲର୍ଟରେ ଅଗ୍ନିଶମ ବାହିନୀ

04 Jul 2026 By Madhusudan Das

ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍‌ ଖୋଲିଲା

କୋରାପୁଟ: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଉଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛକୁଣ୍ଡ ଡ୍ୟାମର ପ୍ରଥମ ଗେଟ୍ ଖୋଲିଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅତିରିକ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ଲାଗି ଡ୍ୟାମ୍‌ର ଏକ ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଜଳଭଣ୍ଡାରରୁ ଏହି ବଳକା ବର୍ଷା ଜଳକୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଆଡ଼କୁ ଛଡ଼ାଯାଉଛି।

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ମାଛକୁଣ୍ଡ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨,୫୯୦ ଫୁଟ୍ ରହିଛି। ବର୍ତ୍ତମାନ ସୁଦ୍ଧା ଏହାର ଜଳସ୍ତର ୨,୫୮୭ ଫୁଟ୍‌ରେ ପହଞ୍ଚିଛି। ତେଣୁ ବୃଦ୍ଧି ପାଉଥିବା ଜଳସ୍ତରକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ଗୋଟିଏ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଗତ କିଛି ଦିନ ହେବ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ରହିବା କାରଣରୁ ଗେଟ୍ ଖୋଲିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ, ଜଳସ୍ତର ଉପରେ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର