'ଦୁଇ ଦେଶକୁ ଆଣିଥିଲେ ନିକଟତର': ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

Suryakanta Picture
Published On

ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍ ନିୟନ୍ତ୍ରିତ ଜାଭାରୁ ଇଣ୍ଡୋନେସିଆର ଶୀର୍ଷ ନେତାମାନଙ୍କୁ ଉଦ୍ଧାର କରିବାରେ ବିଜୁ ବାବୁଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଇଣ୍ଡୋନେସିଆ ନେତାଙ୍କୁ ଉଦ୍ଧାର

ସେହି ସମୟର ସ୍ମୃତି ଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜଣେ ଦକ୍ଷ ପାଇଲଟ୍ ଭାବରେ ବିଜୁ ପଟ୍ଟନାୟକ ନିଜର ଜୀବନକୁ ବାଜି ଲଗାଇ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ସଜାରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଆଣିଥିଲେ। ଏହି ଐତିହାସିକ ତଥା ସାହସିକ ପଦକ୍ଷେପ ନୂଆଦିଲ୍ଲୀ ଏବଂ ଇଣ୍ଡୋନେସିଆକୁ ପରସ୍ପରର ଅଧିକ 'ନିକଟତର' କରିଥିଲା ବୋଲି ସେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଉଭୟ ଦେଶ ପ୍ରାୟ ଏକା ସମୟରେ ସ୍ୱାଧୀନତା ଲାଭ କରିଥିଲେ- ୧୯୪୫ ରେ ଇଣ୍ଡୋନେସିଆ ଏବଂ ୧୯୪୭ ରେ ଭାରତ। ମିଳିତ ଜାତିସଂଘରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନକୁ ଭାରତ ଏକ ଦୃଢ଼ ସ୍ୱର ଭାବରେ ସମର୍ଥନ ଜଣାଇଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ସମୁଦ୍ର ଏକ ସେତୁ, ଦୂରତା ନୁହେଁ

ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସାମୁଦ୍ରିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଭୌଗୋଳିକ ସ୍ଥିତି କୌଣସି ପ୍ରତିବନ୍ଧକ ନୁହେଁ ବରଂ ଏକ ଦୃଢ଼ ବନ୍ଧନ। "ଭାରତ ଏବଂ ଇଣ୍ଡୋନେସିଆ ପାଇଁ ସମୁଦ୍ର କେବେବି ଦୂରତାକୁ ଦର୍ଶାଏ ନାହିଁ। ଏହା ସର୍ବଦା ଆମ ଦେଶ ମଧ୍ୟରେ ଏକ ସେତୁ ହୋଇ ରହିଆସିଛି ଏବଂ ଆମର ମିଳିତ ଭବିଷ୍ୟତର କେନ୍ଦ୍ରବିନ୍ଦୁ ହୋଇ ରହିବ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର