ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ; ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

Madhusudan Das Picture
Published On

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ (RWD-I) ର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଏକ ବିଲ୍ ପାସ୍ କରାଇଦେବା ବାବଦରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁନ ୨୩ ତାରିଖ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରି ତାଙ୍କୁ ରଙ୍ଗେହାତ ଧରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

ସୂଚନା ଅନୁଯାୟୀ, ଜଣେ ଠିକାଦାରଙ୍କ ୫୦ ଲକ୍ଷ ଟଙ୍କାର ବକେୟା ବିଲ୍ କ୍ଲିୟର କରିବା ଏବଂ ଏକ ନୂତନ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକୀୟ 'କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର' ବା ୱର୍କ ଏକ୍ସପେରିଏନ୍ସ ସାର୍ଟିଫିକେଟ୍ ପ୍ରଦାନ କରିବା ନିମନ୍ତେ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଲାଞ୍ଚ ମାଗିଥିଲେ। ପ୍ରଥମେ ସେ ବିଲ୍ ଅର୍ଥର ୫ ପ୍ରତିଶତ ଅର୍ଥାତ୍ ୨.୫ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ବୁଝାମଣା କ୍ରମେ ଏହା ୨ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା। ଠିକାଦାର ଜଣକ ଏତେ ପରିମାଣର ଅର୍ଥ ଦେବାକୁ ଅସମର୍ଥ ହୋଇ ତୁରନ୍ତ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

ଠିକାଦାରଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଜୁନ ୨୩ ତାରିଖ ରାତିରେ ଶ୍ରୀ ପଟ୍ଟନାୟକ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ବାବଦୀୟ ୨ ଲକ୍ଷ ଟଙ୍କା ଜବତ କରିଥିଲେ।

ଆହୁରି ପଢ଼ନ୍ତୁ: ଜୁନ ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ମନା

ଏହି ଘଟଣା ପରେ ଶ୍ରୀ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ନନ୍ଦନ ବିହାର ବସୁନ୍ଧରା କଲୋନୀ (ପ୍ଲଟ୍ ନଂ ୨୮୬/୧୧), ତାଙ୍କର ପୈତୃକ ଗ୍ରାମ ନୟାଗଡ଼ର ଉଦୟପଥ ଲେନ୍, ଏବଂ ରାୟଗଡ଼ା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ତଲାସୀ ସମୟରେ ରାୟଗଡ଼ା ସରକାରୀ ବାସଭବନରୁ ଅତିରିକ୍ତ ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ କରାଯାଇଛି। ସର୍ବମୋଟ ତାଙ୍କ ନିକଟରୁ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଜୁନ ୩୦, ୨୦୨୬ ରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଅବସରର ମାତ୍ର କିଛି ଦିନ ପୂର୍ବରୁ ସେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି। ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କେସ୍ ନମ୍ବର ୧୨/୨୦୨୬ ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି। 

24 Jun 2026 By Madhusudan Das

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ; ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ (RWD-I) ର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଏକ ବିଲ୍ ପାସ୍ କରାଇଦେବା ବାବଦରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁନ ୨୩ ତାରିଖ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରି ତାଙ୍କୁ ରଙ୍ଗେହାତ ଧରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ଜଣେ ଠିକାଦାରଙ୍କ ୫୦ ଲକ୍ଷ ଟଙ୍କାର ବକେୟା ବିଲ୍ କ୍ଲିୟର କରିବା ଏବଂ ଏକ ନୂତନ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକୀୟ 'କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର' ବା ୱର୍କ ଏକ୍ସପେରିଏନ୍ସ ସାର୍ଟିଫିକେଟ୍ ପ୍ରଦାନ କରିବା ନିମନ୍ତେ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଲାଞ୍ଚ ମାଗିଥିଲେ। ପ୍ରଥମେ ସେ ବିଲ୍ ଅର୍ଥର ୫ ପ୍ରତିଶତ ଅର୍ଥାତ୍ ୨.୫ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ବୁଝାମଣା କ୍ରମେ ଏହା ୨ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା। ଠିକାଦାର ଜଣକ ଏତେ ପରିମାଣର ଅର୍ଥ ଦେବାକୁ ଅସମର୍ଥ ହୋଇ ତୁରନ୍ତ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଠିକାଦାରଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଜୁନ ୨୩ ତାରିଖ ରାତିରେ ଶ୍ରୀ ପଟ୍ଟନାୟକ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ବାବଦୀୟ ୨ ଲକ୍ଷ ଟଙ୍କା ଜବତ କରିଥିଲେ।

ଏହି ଘଟଣା ପରେ ଶ୍ରୀ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ନନ୍ଦନ ବିହାର ବସୁନ୍ଧରା କଲୋନୀ (ପ୍ଲଟ୍ ନଂ ୨୮୬/୧୧), ତାଙ୍କର ପୈତୃକ ଗ୍ରାମ ନୟାଗଡ଼ର ଉଦୟପଥ ଲେନ୍, ଏବଂ ରାୟଗଡ଼ା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ତଲାସୀ ସମୟରେ ରାୟଗଡ଼ା ସରକାରୀ ବାସଭବନରୁ ଅତିରିକ୍ତ ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ କରାଯାଇଛି। ସର୍ବମୋଟ ତାଙ୍କ ନିକଟରୁ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଜୁନ ୩୦, ୨୦୨୬ ରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଅବସରର ମାତ୍ର କିଛି ଦିନ ପୂର୍ବରୁ ସେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି। ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କେସ୍ ନମ୍ବର ୧୨/୨୦୨୬ ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର