ସକ୍ରିୟ ହେବ ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ମୌସୁମୀ ନିମ୍ନଚାପ ରେଖା ସ୍ୱାଭାବିକ ଅବସ୍ଥାକୁ ଫେରଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହି କ୍ରମରେ ସୋମବାର ରାଜ୍ୟର କେତେକ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଥିବା ବେଳେ ସକାଳୁ ବିିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ମୌସୁମୀ ସକ୍ରିୟ ହେଉଥିବା ଯୋଗୁଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ପଡ଼ିଲା ହାତ ଗଣ୍ଠି, ବିବାହ ବନ୍ଧନରେ ବାନ୍ଧି ହେଲେ ଏକାମ୍ରଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ; ଯୁଗଳବନ୍ଦୀ ଦର୍ଶନ ପାଇଁ ଭିଡ଼

ଅନ୍ୟପଟେ ମୌସୁମୀ ବାୟୁ ଅଗ୍ରସର ହେବା ସହ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହେବା ନେଇ ଆକଳନ କରାଯାଇଛି।  ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ବର୍ଷା ଜନିତ ଚେତାବନୀ ଜାରି କରିଛି। ମଙ୍ଗଳବାର ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଭାରି ବର୍ଷା ହେବା ସହ ବାକି ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଭାରି ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ବାକି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର  ଆକଳନ କରିିଛି।   

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ମୌସୁମୀ ସକ୍ରିୟ ହେବା ଦ୍ୱାରା ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ଓ ମେଘୁଆ ପାଗ ଲାଗି ରହିଛି। ଭୁବନେଶ୍ୱରରେ ଦିନ ତମାମ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ହୋଇଛି। ଏହା ସହିତ ଗତ ୩୬ ଘଣ୍ଟାରେ ସୋନପୁରରେ ସର୍ବାଧିକ ୭୧.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୨ ମିମି, କୋରାପୁଟ ୨୯, ଛତ୍ରପୁର ୧୭ ଓ ଚାନ୍ଦବାଲିରେ ୧୬ ମିମି ବର୍ଷା ରେକର୍ଡ କରାଯାଇଛି। 

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

23 Jun 2026 By Madhusudan Das

ସକ୍ରିୟ ହେବ ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ମୌସୁମୀ ନିମ୍ନଚାପ ରେଖା ସ୍ୱାଭାବିକ ଅବସ୍ଥାକୁ ଫେରଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହି କ୍ରମରେ ସୋମବାର ରାଜ୍ୟର କେତେକ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଥିବା ବେଳେ ସକାଳୁ ବିିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ମୌସୁମୀ ସକ୍ରିୟ ହେଉଥିବା ଯୋଗୁଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପଟେ ମୌସୁମୀ ବାୟୁ ଅଗ୍ରସର ହେବା ସହ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହେବା ନେଇ ଆକଳନ କରାଯାଇଛି।  ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ବର୍ଷା ଜନିତ ଚେତାବନୀ ଜାରି କରିଛି। ମଙ୍ଗଳବାର ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଭାରି ବର୍ଷା ହେବା ସହ ବାକି ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଭାରି ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ବାକି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର  ଆକଳନ କରିିଛି।   

ମୌସୁମୀ ସକ୍ରିୟ ହେବା ଦ୍ୱାରା ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ଓ ମେଘୁଆ ପାଗ ଲାଗି ରହିଛି। ଭୁବନେଶ୍ୱରରେ ଦିନ ତମାମ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ହୋଇଛି। ଏହା ସହିତ ଗତ ୩୬ ଘଣ୍ଟାରେ ସୋନପୁରରେ ସର୍ବାଧିକ ୭୧.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୨ ମିମି, କୋରାପୁଟ ୨୯, ଛତ୍ରପୁର ୧୭ ଓ ଚାନ୍ଦବାଲିରେ ୧୬ ମିମି ବର୍ଷା ରେକର୍ଡ କରାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର