ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରିଚେକିଂ ଫଳାଫଳ

Madhusudan Das Picture
Published On

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳାଫଳର ରିଚେକିଂ ବା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ପ୍ରକ୍ରିୟା ସରିଥିବାରୁ ଆସନ୍ତା ଜୁନ୍ ୧୯ ତାରିଖରେ ବୋର୍ଡର ଅଫିସିଆଲ୍ ୱେବସାଇଟରେ ରିଚେକିଂ ଫଳାଫଳ ପ୍ରକାଶ ପାଇବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରୁ ୩,୩୦୦ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ଖାତା ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିଥିଲେ। ଅନେକ ଛାତ୍ରଛାତ୍ରୀ ଏକାଧିକ ବିଷୟର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିବା ବେଳେ ବୋର୍ଡ କାର୍ଯ୍ୟାଳୟରେ ୯,୦୦୦ରୁ ଅଧିକ ଉତ୍ତରଖାତାର ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ପରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ମାର୍କ ବୃଦ୍ଧି ପାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଚଳିତ ବର୍ଷ ଯୁକ୍ତ ଦୁଇ (+୨) ନାମଲେଖା ପ୍ରକ୍ରିୟା ଜାରି ରହିଥିବା ବେଳେ ଆବେଦନର ଶେଷ ତାରିଖ ଜୁନ୍ ୩୦ ରହିଛି। ନାମଲେଖା ପୂର୍ବରୁ ଯେପରି ଛାତ୍ରଛାତ୍ରୀମାନେ ନିଜର ବର୍ଦ୍ଧିତ ମାର୍କର ଲାଭ ଉଠାଇପାରିବେ, ସେଥିପାଇଁ ବୋର୍ଡ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ମାର୍କ ବଢ଼ିଥିବା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କର ନୂତନ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର