ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି: ବିଜେଡି

ତୁରନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି

Madhusudan Das Picture
Published On

ଭୁବନେଶ୍ୱର: ନୂତନ କରି ପ୍ରକାଶ ପାଇଥିବା ଓଡ଼ିଆ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହୋଇଛି। ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି। ନୂତନ ଏନଇପି-୨୦୨୦ ଅନୁସାରେ ପ୍ରକାଶ ହୋଇଥିବା ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି। ଏନେଇ ବିଜେଡି ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶାର ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଏସଆଇ: ମାମଲା ରଫାଦଫା ପାଇଁ ନେଉଥିଲେ ୮ ହଜାର ଟଙ୍କା ଲାଞ୍ଚ

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକ ଗୁଡ଼ିକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି। ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ବୋଲି ମତପ୍ରକାଶ କରିଛନ୍ତି। ଡଃ ମହାନ୍ତି କହିଛନ୍ତି, ‘ଓଡ଼ିଆ ଆସ୍ମିତା’ ସ୍ଲୋଗାନ୍ ଦେଇ ବୁଲୁଥିବା ବିଜେପି ସରକାର ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି। ସେମାନେ ଓଡ଼ିଆ ଗର୍ବକୁ ପ୍ରୋତ୍ସାହିତ କରୁନାହାନ୍ତି, ବରଂ ଅଯୋଗ୍ୟତା, ଅଦକ୍ଷତା ଓ ମାତୃଭାଷା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହା ଏକ ନକଲି ଅସ୍ମିତା ବାର୍ତ୍ତା ଯାହାକି ପ୍ରତିଟି ଓଡିଆଙ୍କ ଭାବାବେଗ ସହ ଖେଳିଛନ୍ତି। 

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ନେଲା ଜୀବନ; ଅପହରଣ ପରେ ସାଙ୍ଗକୁ ମାରି ମାଟିତଳେ ପୋତିଦେଲା ସାଙ୍ଗ...

ଓଡ଼ିଶା ପାଠ୍ୟକ୍ରମ ୨୦୨୫ ଅନୁସାରେ ଏସ୍‌ସିଇଆର୍‌ଟି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଶ୍ରେଣୀ ୮ ପୁସ୍ତକରେ ରହିଛି। ଏଥିରେ ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି। ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ପୁସ୍ତକରେ ଗମ୍ଭୀର ଭାବେ ବନାନ୍ ତ୍ରୁଟି, ତଥ୍ୟଗତ ଭୁଲ୍, ଭୋଗଲିକ ସ୍ଥିତି ସମ୍ବନ୍ଧୀୟରେ ତ୍ରୁଟି, ଐତିହାସିକ ଓ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ଓ ଭୁଲ୍ ଫଟୋ ଏବଂ ସ୍ଥାନ ମଧ୍ୟ ରହିଛି। 

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

ଏକ ଉଦାହରଣ ସ୍ୱରୂପ କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ବ୍ୟବହାର କରାଯାଇଛି। ଓଡ଼ିଶାର ପବିତ୍ର ନିୟମଗିରି ପାହାଡ଼କୁ ଝାରଖଣ୍ଡରେ ବୋଲି ଉଲ୍ଲେଖ ହୋଇଛି। ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କୁହାଯାଇଛି। ସୁନନ୍ଦା ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ବନାନ୍ ରହିଛି। ଡ ଲେନିନ୍ ମହାନ୍ତି କହିଛନ୍ତି, “ଏଗୁଡ଼ିକ ଛୋଟ କିମ୍ବା ପରୀକ୍ଷା ମୂଳକ ତ୍ରୁଟି ନୁହେଁ। ଏହା ପିଲାଙ୍କୁ ସେମାନଙ୍କର ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟି ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ସୃଷ୍ଟି କରିବ। ଅଟେ। ‘ଓଡ଼ିଆ ଆସ୍ମିତା’ର ଦାବି କରୁଥିବା ସରକାର କେମିତି ଏପରି ଅପମାନକର କାର୍ଯ୍ୟ କରିପାରିଲା? 

ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଜର ତୃଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି। ଯାହା ସେମାନଙ୍କର ଅଯତ୍ନ ଓ ଦାୟୀତ୍ୱ ହୀନତାର ପରିଚୟ ପ୍ରଦାନ କରୁଛି। ତେଣୁକରି ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ଦାବି କରିଛନ୍ତି। ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ପ୍ରସ୍ତୁତି ଓ ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଞ୍ଚ, ଆଗାମୀ ଶୈକ୍ଷିକ ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ଦାବି କରିଛନ୍ତି। ବିଜେପି ନକଲି ଓଡ଼ିଆ ଆସ୍ମିତା ଆଜି ସର୍ବସମ୍ମୁଖରେ ଉପନୀତ ହୋଇଛି। ଶିକ୍ଷକ ମାନେ ମଧ୍ୟ ଦରମା ପାଉନଥିବା ବେଳେ ଶିକ୍ଷା ବ୍ୟବସ୍ଥା ପ୍ରତି ଏହିପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଜମା ଗ୍ରହଣୀୟ ନୁହେଁ। ବିଜେଡି ବିଧାନସଭା ଭିତରେ ଓ ବାହାରେ ଉକ୍ତ ପ୍ରସଙ୍ଗ ଉଠାଇ ଶିକ୍ଷକ, ପିତାମାତା ଓ ଶିକ୍ଷାବିତଙ୍କ ସହ ଓଡ଼ିଆ ଭାଷା ଓ ପିଲାଙ୍କ ଭବିଷ୍ୟତ ନେଇ ଲଢ଼େଇ ଜାରି ରଖିବ ବୋଲି ଡ. ମହାନ୍ତି କହିଛନ୍ତି।

16 Jun 2026 By Madhusudan Das

ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି: ବିଜେଡି

ତୁରନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭୁବନେଶ୍ୱର: ନୂତନ କରି ପ୍ରକାଶ ପାଇଥିବା ଓଡ଼ିଆ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହୋଇଛି। ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି। ନୂତନ ଏନଇପି-୨୦୨୦ ଅନୁସାରେ ପ୍ରକାଶ ହୋଇଥିବା ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି। ଏନେଇ ବିଜେଡି ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶାର ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି। 

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକ ଗୁଡ଼ିକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି। ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ବୋଲି ମତପ୍ରକାଶ କରିଛନ୍ତି। ଡଃ ମହାନ୍ତି କହିଛନ୍ତି, ‘ଓଡ଼ିଆ ଆସ୍ମିତା’ ସ୍ଲୋଗାନ୍ ଦେଇ ବୁଲୁଥିବା ବିଜେପି ସରକାର ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି। ସେମାନେ ଓଡ଼ିଆ ଗର୍ବକୁ ପ୍ରୋତ୍ସାହିତ କରୁନାହାନ୍ତି, ବରଂ ଅଯୋଗ୍ୟତା, ଅଦକ୍ଷତା ଓ ମାତୃଭାଷା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହା ଏକ ନକଲି ଅସ୍ମିତା ବାର୍ତ୍ତା ଯାହାକି ପ୍ରତିଟି ଓଡିଆଙ୍କ ଭାବାବେଗ ସହ ଖେଳିଛନ୍ତି। 

ଓଡ଼ିଶା ପାଠ୍ୟକ୍ରମ ୨୦୨୫ ଅନୁସାରେ ଏସ୍‌ସିଇଆର୍‌ଟି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଶ୍ରେଣୀ ୮ ପୁସ୍ତକରେ ରହିଛି। ଏଥିରେ ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି। ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ପୁସ୍ତକରେ ଗମ୍ଭୀର ଭାବେ ବନାନ୍ ତ୍ରୁଟି, ତଥ୍ୟଗତ ଭୁଲ୍, ଭୋଗଲିକ ସ୍ଥିତି ସମ୍ବନ୍ଧୀୟରେ ତ୍ରୁଟି, ଐତିହାସିକ ଓ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ଓ ଭୁଲ୍ ଫଟୋ ଏବଂ ସ୍ଥାନ ମଧ୍ୟ ରହିଛି। 

ଏକ ଉଦାହରଣ ସ୍ୱରୂପ କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ବ୍ୟବହାର କରାଯାଇଛି। ଓଡ଼ିଶାର ପବିତ୍ର ନିୟମଗିରି ପାହାଡ଼କୁ ଝାରଖଣ୍ଡରେ ବୋଲି ଉଲ୍ଲେଖ ହୋଇଛି। ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କୁହାଯାଇଛି। ସୁନନ୍ଦା ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ବନାନ୍ ରହିଛି। ଡ ଲେନିନ୍ ମହାନ୍ତି କହିଛନ୍ତି, “ଏଗୁଡ଼ିକ ଛୋଟ କିମ୍ବା ପରୀକ୍ଷା ମୂଳକ ତ୍ରୁଟି ନୁହେଁ। ଏହା ପିଲାଙ୍କୁ ସେମାନଙ୍କର ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟି ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ସୃଷ୍ଟି କରିବ। ଅଟେ। ‘ଓଡ଼ିଆ ଆସ୍ମିତା’ର ଦାବି କରୁଥିବା ସରକାର କେମିତି ଏପରି ଅପମାନକର କାର୍ଯ୍ୟ କରିପାରିଲା? 

ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଜର ତୃଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି। ଯାହା ସେମାନଙ୍କର ଅଯତ୍ନ ଓ ଦାୟୀତ୍ୱ ହୀନତାର ପରିଚୟ ପ୍ରଦାନ କରୁଛି। ତେଣୁକରି ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ଦାବି କରିଛନ୍ତି। ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ପ୍ରସ୍ତୁତି ଓ ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଞ୍ଚ, ଆଗାମୀ ଶୈକ୍ଷିକ ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ଦାବି କରିଛନ୍ତି। ବିଜେପି ନକଲି ଓଡ଼ିଆ ଆସ୍ମିତା ଆଜି ସର୍ବସମ୍ମୁଖରେ ଉପନୀତ ହୋଇଛି। ଶିକ୍ଷକ ମାନେ ମଧ୍ୟ ଦରମା ପାଉନଥିବା ବେଳେ ଶିକ୍ଷା ବ୍ୟବସ୍ଥା ପ୍ରତି ଏହିପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଜମା ଗ୍ରହଣୀୟ ନୁହେଁ। ବିଜେଡି ବିଧାନସଭା ଭିତରେ ଓ ବାହାରେ ଉକ୍ତ ପ୍ରସଙ୍ଗ ଉଠାଇ ଶିକ୍ଷକ, ପିତାମାତା ଓ ଶିକ୍ଷାବିତଙ୍କ ସହ ଓଡ଼ିଆ ଭାଷା ଓ ପିଲାଙ୍କ ଭବିଷ୍ୟତ ନେଇ ଲଢ଼େଇ ଜାରି ରଖିବ ବୋଲି ଡ. ମହାନ୍ତି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର