ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

Madhusudan Das Picture
Published On

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁକୁ ପୋଲିସ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ପପୁ ଗୁରୁତର ଆହତ ହୋଇଛି। ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଏହି ଅପରେସନରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ), ଜଣେ କନଷ୍ଟେବଳ ଏବଂ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଭଦ୍ରକ ଏସପି ମନୋଜ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ସଦର, ରୁରାଲ ଏବଂ ପୁରୁଣା ବଜାର ପୋଲିସ ଷ୍ଟେସନର ଟିମ୍ ଦ୍ୱାରା ଏକ ମିଳିତ ଚଢ଼ାଉ କରାଯାଇଥିଲା। ଗୁରୁବାର ଭୋର ପ୍ରାୟ ୩:୩୦ ମିନିଟ୍ ସମୟରେ ଭଦ୍ରକ ରୁରାଲ ଥାନା ଅନ୍ତର୍ଗତ ଲ କଲେଜ ନିକଟସ୍ଥ ନୂଆସାହି ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଥିଲା। ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନିଜର ଜଣେ ସହଯୋଗୀ ସହିତ ଏକ ପଲସର ବାଇକରେ ଏକ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ପହଞ୍ଚିଥିଲା। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରୁରାଲ ପୋଲିସ ଇନ୍ସପେକ୍ଟର ସୁବ୍ରତ ଦାସ ଏବଂ ତାଙ୍କର ଟିମ୍ ସେମାନଙ୍କର ପିଛା କରିଥିଲେ। ପପୁ ପ୍ରଥମେ ପୋଲିସ ଟିମ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ପପୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତା'ର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପପୁକୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ପପୁ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା' ନାମରେ ହତ୍ୟା ଏବଂ ଡକାୟତି ଭଳି ୨୨ ରୁ ଅଧିକ ଅପରାଧିକ ମାମଲା ରୁଜୁ ରହିଛି। ଘଟଣା ସମ୍ପର୍କରେ ଖବର ପାଇ ଅଧିକାରୀ ସଙ୍ଗୀତା ହାଁସଦାଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ୨ଟି ଜୀବନ୍ତ ୯ ଏମଏମ୍ ଗୁଳି ଜବତ କରିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପୋଲିସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

11 Jun 2026 By Madhusudan Das

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁକୁ ପୋଲିସ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ପପୁ ଗୁରୁତର ଆହତ ହୋଇଛି। ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଏହି ଅପରେସନରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ), ଜଣେ କନଷ୍ଟେବଳ ଏବଂ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଭଦ୍ରକ ଏସପି ମନୋଜ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ସଦର, ରୁରାଲ ଏବଂ ପୁରୁଣା ବଜାର ପୋଲିସ ଷ୍ଟେସନର ଟିମ୍ ଦ୍ୱାରା ଏକ ମିଳିତ ଚଢ଼ାଉ କରାଯାଇଥିଲା। ଗୁରୁବାର ଭୋର ପ୍ରାୟ ୩:୩୦ ମିନିଟ୍ ସମୟରେ ଭଦ୍ରକ ରୁରାଲ ଥାନା ଅନ୍ତର୍ଗତ ଲ କଲେଜ ନିକଟସ୍ଥ ନୂଆସାହି ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଥିଲା। ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନିଜର ଜଣେ ସହଯୋଗୀ ସହିତ ଏକ ପଲସର ବାଇକରେ ଏକ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ପହଞ୍ଚିଥିଲା। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରୁରାଲ ପୋଲିସ ଇନ୍ସପେକ୍ଟର ସୁବ୍ରତ ଦାସ ଏବଂ ତାଙ୍କର ଟିମ୍ ସେମାନଙ୍କର ପିଛା କରିଥିଲେ। ପପୁ ପ୍ରଥମେ ପୋଲିସ ଟିମ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ପପୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତା'ର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପପୁକୁ ଗିରଫ କରିଥିଲା।

ପପୁ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା' ନାମରେ ହତ୍ୟା ଏବଂ ଡକାୟତି ଭଳି ୨୨ ରୁ ଅଧିକ ଅପରାଧିକ ମାମଲା ରୁଜୁ ରହିଛି। ଘଟଣା ସମ୍ପର୍କରେ ଖବର ପାଇ ଅଧିକାରୀ ସଙ୍ଗୀତା ହାଁସଦାଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ୨ଟି ଜୀବନ୍ତ ୯ ଏମଏମ୍ ଗୁଳି ଜବତ କରିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପୋଲିସ ମୁତୟନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର