ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ
ଭୁବନେଶ୍ୱର: ଲୁଡୁ ଖେଳରୁ ମହାଭାରତ। ଚାନ୍ଦିନୀ ଉପରେ ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ । ଛୁରାମାଡ଼ରେ ଜଣେ ଯୁବକ ଆହତ। ଘଟଣା ଘଟିଛି ଭୁବନେଶ୍ୱର ବଡଗଡ଼ ଥାନା ଅନ୍ତର୍ଗତ ଚିଲି ପୋଖରୀ ନିକଟରେ । ଛୁରାମାଡ଼ ଯୋଗୁଁ ଆହତ ଯୁବକଙ୍କ ନାକରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ମଧ୍ୟରେ ଏକାଧିକ ନାବାଳକ ଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଆରମ୍ଭ କରିଛି ଛାନବିନ। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ। ସେପଟେ ଯୁବକ ଓ ନାବାଳକ ଅଧିକାଂଶ ଅବସ୍ଥାରେ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ ।