ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ନୂତନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ବଡପଣ୍ଡା । ସରକାରୀ ସୂଚନା ଅନୁଯାୟୀ, ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୨ର ଉପଧାରା (୫) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା

ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ବଡପଣ୍ଡା ଯେଉଁ ଦିନ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିବେ, ସେହି ଦିନଠାରୁ ତାଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ରାଜ୍ୟର ବିଦ୍ୟୁତ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ତାଙ୍କର ଏହି ନିଯୁକ୍ତି ବିଶେଷ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପହିଲି ରଜରେ ୪ କୋଟି ଟଙ୍କାର ଆମିଷ ଖାଇଦେଲେ ରାଜଧାନୀବାସୀ

OERCର ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେବା ପରେ ଏହା ପ୍ରଶାସନିକ ସଙ୍କଟ ଦେଇ ଗତି କରୁଛି । ପ୍ରଥମ ଥର ପାଇଁ ୩୦ ବର୍ଷର ପୁରୁଣା ଆୟୋଗ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ରାଜ୍ୟରେ ଏକ ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ ଓ ଆଇନଗତ ଅଚଳାବସ୍ଥାର ଆଶଙ୍କା ଦେଖାଦେଇଛି । ଏହି ଜରୁରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତତ୍ପରତା ପ୍ରକାଶ କରି ଆୟୋଗରେ ଜଣେ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: ରଜ ପରେ ଆଗକୁ ବଢ଼ିବ ମୌସୁମୀ, ୨୦ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା

05 Jun 2026 By Madhusudan Das

OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ନୂତନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ବଡପଣ୍ଡା । ସରକାରୀ ସୂଚନା ଅନୁଯାୟୀ, ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୨ର ଉପଧାରା (୫) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ବଡପଣ୍ଡା ଯେଉଁ ଦିନ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିବେ, ସେହି ଦିନଠାରୁ ତାଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ରାଜ୍ୟର ବିଦ୍ୟୁତ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ତାଙ୍କର ଏହି ନିଯୁକ୍ତି ବିଶେଷ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

OERCର ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେବା ପରେ ଏହା ପ୍ରଶାସନିକ ସଙ୍କଟ ଦେଇ ଗତି କରୁଛି । ପ୍ରଥମ ଥର ପାଇଁ ୩୦ ବର୍ଷର ପୁରୁଣା ଆୟୋଗ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ରାଜ୍ୟରେ ଏକ ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ ଓ ଆଇନଗତ ଅଚଳାବସ୍ଥାର ଆଶଙ୍କା ଦେଖାଦେଇଛି । ଏହି ଜରୁରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତତ୍ପରତା ପ୍ରକାଶ କରି ଆୟୋଗରେ ଜଣେ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର