କୁଆଖାଇ ବ୍ରିଜ୍‌ରେ ହାଇୱା ଆତଙ୍କ : କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜ୍‌ରେ ଅମାନବୀୟ ତଥା ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଏକ ହାଇୱା ଟ୍ରକ୍ ଏକ ଛୋଟ କାର୍‌କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜୀବନ, ଜଣେ ଗୁରୁତର

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କୁଆଖାଇ ବ୍ରିଜ୍ ଉପରେ ଭୁବନେଶ୍ୱର ଆଡ଼କୁ ଆସୁଥିବା ଏକ ହାଇୱା ଟ୍ରକ୍ ଆଗରେ ଯାଉଥିବା ଏକ ମାରୁତି କାର୍‌କୁ ପଛରୁ ଧକ୍କା ଦେଇଥିଲା। ଧକ୍କା ପରେ କାର୍‌ଟି ଟ୍ରକ୍ ଆଗ ବମ୍ପରରେ ଫସି ଯାଇଥିଲା। କିନ୍ତୁ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇବା ବଦଳରେ ସ୍ପିଡ୍ ବଢ଼ାଇ କାର୍‌କୁ ଘୋଷାଡି ନେଇଥିଲା। ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଟ୍ରକ୍ କାର୍‌କୁ ଘୋଷାଡି ନେବା ପରେ ଅନ୍ୟ ଯାନବାହନ ଚାଳକମାନେ ଚିତ୍କାର କରିବାରୁ ଡ୍ରାଇଭର ଗାଡ଼ି ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଖସିଲା ପାରଦ, ୨୭ ଡିଗ୍ରୀକୁ ଖସିଲା ହିଟ୍ ଇଣ୍ଡେକ୍ସ

ଭାଇରାଲ୍ ଭିଡିଓରେ ଦେଖାଯାଉଛି, କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ଏବଂ ରାସ୍ତାରେ ନିଆଁ ଝଲକ ବାହାରୁଛି। ସୌଭାଗ୍ୟବଶତଃ କାର୍ ଭିତରେ ଥିବା ୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୟାନଦୀ କୂଳରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା

30 May 2026 By Madhusudan Das

କୁଆଖାଇ ବ୍ରିଜ୍‌ରେ ହାଇୱା ଆତଙ୍କ : କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜ୍‌ରେ ଅମାନବୀୟ ତଥା ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଏକ ହାଇୱା ଟ୍ରକ୍ ଏକ ଛୋଟ କାର୍‌କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କୁଆଖାଇ ବ୍ରିଜ୍ ଉପରେ ଭୁବନେଶ୍ୱର ଆଡ଼କୁ ଆସୁଥିବା ଏକ ହାଇୱା ଟ୍ରକ୍ ଆଗରେ ଯାଉଥିବା ଏକ ମାରୁତି କାର୍‌କୁ ପଛରୁ ଧକ୍କା ଦେଇଥିଲା। ଧକ୍କା ପରେ କାର୍‌ଟି ଟ୍ରକ୍ ଆଗ ବମ୍ପରରେ ଫସି ଯାଇଥିଲା। କିନ୍ତୁ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇବା ବଦଳରେ ସ୍ପିଡ୍ ବଢ଼ାଇ କାର୍‌କୁ ଘୋଷାଡି ନେଇଥିଲା। ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଟ୍ରକ୍ କାର୍‌କୁ ଘୋଷାଡି ନେବା ପରେ ଅନ୍ୟ ଯାନବାହନ ଚାଳକମାନେ ଚିତ୍କାର କରିବାରୁ ଡ୍ରାଇଭର ଗାଡ଼ି ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଭାଇରାଲ୍ ଭିଡିଓରେ ଦେଖାଯାଉଛି, କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ଏବଂ ରାସ୍ତାରେ ନିଆଁ ଝଲକ ବାହାରୁଛି। ସୌଭାଗ୍ୟବଶତଃ କାର୍ ଭିତରେ ଥିବା ୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର