କାଲିଠୁ ରାଜ୍ୟରେ ଏସଆଇଆର, ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ: CEO

Madhusudan Das Picture
Published On

ଭୁବନେଶ୍ୱର: କାଲିଠୁ ଓଡିଶାରେ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,ଏହି ପ୍ରକିୟା ଜୁନ ୨୮ ଯାଏଁ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି। ଯଦି କୌଣସି ଭୋଟରଙ୍କ କିଛି ତ୍ରୁଟି ରହିଥିବ ତାହାଲେ ଏହାର ସଂଶୋଧନ କରିବେ ବିଏଲ୍‌ଓ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଆସନ୍ତାକାଲିଠୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ୪୫ ହଜାର ୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ଘରକୁ ଘର ବୁଲିବା ସମୟରେ BLO ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ। ଭୋଟରମାନେ ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଓ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ। ଦୁଇଟି ଫର୍ମ ମଧ୍ୟରୁ ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ । ଯଦି କୌଣସି ଭୋଟରଙ୍କ ନାମ କିମ୍ବା ଜନ୍ମ ତାରିଖ, ଠିକଣା ରେ ଯଦି କିଛି ତ୍ରୁଟି ଥାଏ ତାହାଲେ ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର