ଏକ୍ୟୁଆଇଏସ୍ (AQIS) ଲିଙ୍କ୍ ମାମଲା: ପ୍ରମାଣ ଅଭାବରୁ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ

Madhusudan Das Picture
Published On

କଟକ: ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ କଟକ ଜିଲ୍ଲା ଦୌରାଜଜ୍‌ । AQIS ଲିଙ୍କ୍‌ରେ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ଉପମହାଦେଶରେ ଆଲ-କାଏଦା (ଏକ୍ୟୁଆଇଏସ୍) ସହ ସମ୍ପର୍କ ଥିବା ଅଭିଯୋଗରୁ ଅବଦୁର ରେହମାନଙ୍କୁ କଟକ ଜିଲ୍ଲା କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇ ପରେ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ସନ୍ଦେହରେ ୨୦୧୬ ମସିହାରେ ସାଲେପୁର ପୋଲିସ ସୀମା ଅନ୍ତର୍ଗତ ପଶ୍ଚିମକଚ୍ଛାରୁ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା। ଅଧିକାରୀମାନେ ଅଭିଯୋଗ କରିଥିଲେ ଯେ, ଏକ୍ୟୁଆଇଏସ୍ (AQIS) ଅପରେଟିଭମାନଙ୍କ ସହ ରେହମାନଙ୍କର ସମ୍ପର୍କ ରହିଥିଲା ଏବଂ ସେ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବିଭିନ୍ନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଏହି ଗିରଫଦାରୀ ସେତେବେଳେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା, କାରଣ ତାଙ୍କୁ ଏକ ବଡ଼ ଆତଙ୍କବାଦୀ ନେଟୱାର୍କର ଅଂଶ ବୋଲି ଅଭିଯୋଗ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

ତେବେ ମାମଲାର ବିଚାର ସମୟରେ ପ୍ରସିକ୍ୟୁସନ ପକ୍ଷରୁ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରାଯାଇପାରି ନଥିଲା। କଟକ ଜିଲ୍ଲା କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଆଲ-କାଏଦା ସହ ଲିଙ୍କ୍ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ମାମଲାରେ ଯଥାର୍ଥତାର ଅଭାବ ଥିବା ଦର୍ଶାଇ ଜିଲ୍ଲା ଜଜ୍ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: କଲ୍ୟାଣସିଂହପୁର ଲ୍ୟାମ୍ପସ୍ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ଚଢ଼ାଉ

26 May 2026 By Madhusudan Das

ଏକ୍ୟୁଆଇଏସ୍ (AQIS) ଲିଙ୍କ୍ ମାମଲା: ପ୍ରମାଣ ଅଭାବରୁ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ

କଟକ: ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ କଟକ ଜିଲ୍ଲା ଦୌରାଜଜ୍‌ । AQIS ଲିଙ୍କ୍‌ରେ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ଉପମହାଦେଶରେ ଆଲ-କାଏଦା (ଏକ୍ୟୁଆଇଏସ୍) ସହ ସମ୍ପର୍କ ଥିବା ଅଭିଯୋଗରୁ ଅବଦୁର ରେହମାନଙ୍କୁ କଟକ ଜିଲ୍ଲା କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇ ପରେ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ସନ୍ଦେହରେ ୨୦୧୬ ମସିହାରେ ସାଲେପୁର ପୋଲିସ ସୀମା ଅନ୍ତର୍ଗତ ପଶ୍ଚିମକଚ୍ଛାରୁ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା। ଅଧିକାରୀମାନେ ଅଭିଯୋଗ କରିଥିଲେ ଯେ, ଏକ୍ୟୁଆଇଏସ୍ (AQIS) ଅପରେଟିଭମାନଙ୍କ ସହ ରେହମାନଙ୍କର ସମ୍ପର୍କ ରହିଥିଲା ଏବଂ ସେ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବିଭିନ୍ନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଏହି ଗିରଫଦାରୀ ସେତେବେଳେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା, କାରଣ ତାଙ୍କୁ ଏକ ବଡ଼ ଆତଙ୍କବାଦୀ ନେଟୱାର୍କର ଅଂଶ ବୋଲି ଅଭିଯୋଗ କରାଯାଇଥିଲା।

ତେବେ ମାମଲାର ବିଚାର ସମୟରେ ପ୍ରସିକ୍ୟୁସନ ପକ୍ଷରୁ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରାଯାଇପାରି ନଥିଲା। କଟକ ଜିଲ୍ଲା କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଆଲ-କାଏଦା ସହ ଲିଙ୍କ୍ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ମାମଲାରେ ଯଥାର୍ଥତାର ଅଭାବ ଥିବା ଦର୍ଶାଇ ଜିଲ୍ଲା ଜଜ୍ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର