୫ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବଜେଟ ଅଧିବେଶନ, ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ଗୃହୀତ

Madhusudan Das Picture
Published On

ଭୁବନେଶ୍ୱର: ମଙ୍ଗଳବାର ମଧ୍ୟରାତ୍ରିରେ ଶେଷ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ । ନିର୍ଦ୍ଧାରିତ ୫ଟିି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶେଷ ଦିନରେ ଦୀର୍ଘ ତର୍କବିତର୍କ ପରେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ପାରିତ ହୋଇଛି। ଅନୁରୂପ ଭାବରେ ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ବିଧାୟକଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତ  ୪ଟି ବିଲକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। 

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

ମଙ୍ଗଳବାର ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ପରେ  ଗୃହରେ ଉପସ୍ଥାପିତ ହୋଇଥିବା ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ଉପରେ ଦୀର୍ଘ ଆଲୋଚନା ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢେ ୧୨ ପର୍ଯ୍ୟନ୍ତ ଏହି ବିଲ୍‌ ଉପରେ ସରଗରମ ଆଲୋଚନା ହୋଇଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଏହି ବିଲ୍‌ ଉପରେ ଆଲୋଚନା କରିବା ପରେ ଧ୍ୱନୀମତରେ ଗୃହର ଅନୁମୋଦନ ଲାଭ କରିଛି। ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

01 Apr 2026 By Madhusudan Das

୫ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବଜେଟ ଅଧିବେଶନ, ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ଗୃହୀତ

ଭୁବନେଶ୍ୱର: ମଙ୍ଗଳବାର ମଧ୍ୟରାତ୍ରିରେ ଶେଷ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ । ନିର୍ଦ୍ଧାରିତ ୫ଟିି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶେଷ ଦିନରେ ଦୀର୍ଘ ତର୍କବିତର୍କ ପରେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ପାରିତ ହୋଇଛି। ଅନୁରୂପ ଭାବରେ ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ବିଧାୟକଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତ  ୪ଟି ବିଲକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। 

ମଙ୍ଗଳବାର ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ପରେ  ଗୃହରେ ଉପସ୍ଥାପିତ ହୋଇଥିବା ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ଉପରେ ଦୀର୍ଘ ଆଲୋଚନା ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢେ ୧୨ ପର୍ଯ୍ୟନ୍ତ ଏହି ବିଲ୍‌ ଉପରେ ସରଗରମ ଆଲୋଚନା ହୋଇଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଏହି ବିଲ୍‌ ଉପରେ ଆଲୋଚନା କରିବା ପରେ ଧ୍ୱନୀମତରେ ଗୃହର ଅନୁମୋଦନ ଲାଭ କରିଛି। ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର