ଓଡ଼ିଶା ମାଓମୁକ୍ତ ହେବା ଦିଗରେ ବଡ଼ ପଦକ୍ଷେପ: ମାର୍ଚ୍ଚ ୩୧ ସୁଦ୍ଧା ଲକ୍ଷ୍ୟ ହାସଲ, ବଳକା ଅଛନ୍ତି ମାତ୍ର ୯ରୁ କମ୍ ନକ୍ସଲ

Suryakanta Picture
Published On

ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ମାଓମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କିତ ବ୍ୟୟ (SRE) ଯୋଜନା ଅନୁଯାୟୀ ବର୍ତ୍ତମାନ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ଜିଲ୍ଲା ଭାବେ ବିବେଚନା କରାଯାଉଛି। ବାସ୍ତବରେ ଦେଖିବାକୁ ଗଲେ, କେବଳ କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ ୯ରୁ କମ୍ ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ଏହା ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀଙ୍କ ଉପସ୍ଥିତି ନାହିଁ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ବଢ଼ୁଛି ଆତ୍ମସମର୍ପଣ, ମିଳୁଛି ଥଇଥାନର ସୁବିଧା

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ମାସ ମଧ୍ୟରେ ସକ୍ରିୟ ମାଓବାଦୀଙ୍କ ସଂଖ୍ୟା ୪୦ ରୁ ଖସି ଏବେ ୯ରୁ କମ୍ ରେ ପହଞ୍ଚିଛି। ବିଗତ ଦୁଇ ବର୍ଷ ଅର୍ଥାତ୍ ୨୦୨୪ ରୁ ୧୫ ମାର୍ଚ୍ଚ ୨୦୨୬ ସୁଦ୍ଧା ସମୁଦାୟ ୯୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାର ଆତ୍ମସମର୍ପଣ ଏବଂ ଥଇଥାନ ନୀତି ଅଧୀନରେ ଆର୍ଥିକ ସହାୟତା, ବାସଗୃହ, ମାସିକ ଭତ୍ତା, ୩୬ ମାସ ପର୍ଯ୍ୟନ୍ତ ଧନ୍ଦାମୂଳକ ତାଲିମ, ବିବାହ ସହାୟତା ତଥା ସ୍ୱାସ୍ଥ୍ୟ ଏବଂ ରାସନ କାର୍ଡ ଯୋଗାଇ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସୁରକ୍ଷାକର୍ମୀଙ୍କ ଅପରେସନ ଜୋରଦାର

ମାର୍ଚ୍ଚ ୩୧ ଡେଡଲାଇନ୍ ପାଖେଇ ଆସୁଥିବାରୁ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରାଯାଇଛି। ନିକଟରେ କଳାହାଣ୍ଡି ଜିଲ୍ଲାରେ ୧୧ ଜଣ ମାଓବାଦୀ ପୋଲିସ ଡିଜି ୱାଇ. ବି. ଖୁରାନିଆ ଏବଂ ଏଡିଜି (ଅପରେସନ) ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ସେହିପରି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ବନ୍ଧୁକ କାରଖାନାକୁ ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି। ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି ଯେ, ସମୟ ସୀମା ପୂର୍ବରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର