ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

Suryakanta Picture
Published On

ପୁରୀ ଶ୍ରୀମନ୍ଦିରରେ ଆଜି (ଗୁରୁବାର) ମହାପ୍ରଭୁଙ୍କର ବିଶେଷ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ଏଥିପାଇଁ ଆଜି ସନ୍ଧ୍ୟାରେ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

କେତେବେଳେ ବନ୍ଦ ରହିବ ଦର୍ଶନ?

ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ବନକଲାଗି ନୀତି ଆରମ୍ଭ ହେବ। ଏହି କାରଣରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତି ସମ୍ପନ୍ନ ହେବା ପରେ ଓ ମହାସ୍ନାନ ନୀତି ପରେ ଭକ୍ତମାନେ ପୁଣିଥରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

କଣ ଏହି ବନକଲାଗି ନୀତି?

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ସେବା, ଯାହାକୁ ଦତ୍ତମହାପାତ୍ର ସେବାୟତମାନେ ସମ୍ପାଦନ କରନ୍ତି। ଏହି ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ଶୃଙ୍ଗାର କରାଯାଏ। ଏଥିପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର ଓ କସ୍ତୁରୀ ଭଳି ପାରମ୍ପରିକ ସାମଗ୍ରୀ ବ୍ୟବହାର କରାଯାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିଥାଏ ଏବଂ ଅନ୍ୟ କୌଣସି ସେବାୟତ କିମ୍ବା ଭକ୍ତଙ୍କୁ ଦର୍ଶନ ଅନୁମତି ମିଳେନାହିଁ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

05 Mar 2026 By Suryakanta

ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପୁରୀ ଶ୍ରୀମନ୍ଦିରରେ ଆଜି (ଗୁରୁବାର) ମହାପ୍ରଭୁଙ୍କର ବିଶେଷ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ଏଥିପାଇଁ ଆଜି ସନ୍ଧ୍ୟାରେ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କେତେବେଳେ ବନ୍ଦ ରହିବ ଦର୍ଶନ?

ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ବନକଲାଗି ନୀତି ଆରମ୍ଭ ହେବ। ଏହି କାରଣରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତି ସମ୍ପନ୍ନ ହେବା ପରେ ଓ ମହାସ୍ନାନ ନୀତି ପରେ ଭକ୍ତମାନେ ପୁଣିଥରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

କଣ ଏହି ବନକଲାଗି ନୀତି?

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ସେବା, ଯାହାକୁ ଦତ୍ତମହାପାତ୍ର ସେବାୟତମାନେ ସମ୍ପାଦନ କରନ୍ତି। ଏହି ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ଶୃଙ୍ଗାର କରାଯାଏ। ଏଥିପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର ଓ କସ୍ତୁରୀ ଭଳି ପାରମ୍ପରିକ ସାମଗ୍ରୀ ବ୍ୟବହାର କରାଯାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିଥାଏ ଏବଂ ଅନ୍ୟ କୌଣସି ସେବାୟତ କିମ୍ବା ଭକ୍ତଙ୍କୁ ଦର୍ଶନ ଅନୁମତି ମିଳେନାହିଁ।

https://www.thesakala.in/latest-odisha-news/jagannath-temple-darshan-closed-banakalagi-niti-march-5-2026/article-45129
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର