ତୋଷାଳୀ ଭବନରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍ରେ ନିଆଁ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା
ଭୁବନେଶ୍ବର: ଭୁବନେଶ୍ବରର ସତ୍ୟନଗରରେ ଥିବା ତୋଷାଳି ଭବନରେ ଅଗ୍ନିକାଣ୍ଡ । ତୋଷାଳି ଭବନର ରେକର୍ଡ ରୁମ୍ରେ ନିଆଁ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ-୩ରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବରପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦାରଖ କରୁଛି ।
26 Feb 2026
By Madhusudan Das

⊕ https://www.thesakala.in/latest-odisha-news/fire-breaks-out-in-toshali-bhawan-in-bhubaneswar/article-44990