ସ୍ତ୍ରୀକୁ ହତ୍ୟା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ, ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର

Madhusudan Das Picture
Published On

ଜଳେଶ୍ବର : ପିଶାଚ ସ୍ବାମୀର ଉନ୍ମୁକ୍ତ କାଣ୍ଡ । ଜୀବନରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ରାକ୍ଷସ ସ୍ୱାମୀ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ଜ୍ବାଇଁକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । 

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚନା ଅନୁଯାୟୀ, ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଆଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହି ନପାରି ଗତ ଏକ ମାସ ହେବ ମାଳତ୍ରୀ ବାପ ଘରକୁ ପଳାଇ ଆସିଥିଲେ ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ଗତକାଲ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତରଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ବାଲିଆପାଳ ପୋଲିସ ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର