ଗାଁ ଭିତରକୁ ମାଡ଼ି ଆସୁଛି ମହାନଦୀ; ଲୀନ ହୋଇପାରେ ଦୁଇ ଗାଁ

The Sakala Picture
Published On

ନୟାଗଡ଼: ନୟାଗଡ଼଼ ଜିଲ୍ଲାର ଜୀବନରେଖା ମହାନଦୀ ଦୁଇ ଗାଁ ପାଇଁ ବିପଦ ସୃଷ୍ଟି କରିଛି। ୩୦ ବର୍ଷ ପୂର୍ବେ ଭାପୁର ବ୍ଲକ ପଦ୍ମାବତୀ ଗାଁ ମହାନଦୀ ଗର୍ଭରେ ଲୀନ ହୋଇ ସାରିଥିବାବେଳେ ଏବେ ଗଣିଆ ବ୍ଲକର ବଡ଼ମୂଳପାଟଣା ଏବଂ ରାଉତପଡ଼ା ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଛାମୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ମୂଳପାଟଣା ଗ୍ରାମରେ ୩ଶହରୁ ଅଧିକ ଲୋକ ବାସ କରନ୍ତି। ସେହିଭଳି ବେଲପଡ଼ାପାଟଣା ପଞ୍ଚାୟତ ରାଉତପଡ଼ା ଗ୍ରାମରେ ୧୫ ଶହ ଲୋକ ବାସ […]

ନୟାଗଡ଼: ନୟାଗଡ଼଼ ଜିଲ୍ଲାର ଜୀବନରେଖା ମହାନଦୀ ଦୁଇ ଗାଁ ପାଇଁ ବିପଦ ସୃଷ୍ଟି କରିଛି। ୩୦ ବର୍ଷ ପୂର୍ବେ ଭାପୁର ବ୍ଲକ ପଦ୍ମାବତୀ ଗାଁ ମହାନଦୀ ଗର୍ଭରେ ଲୀନ ହୋଇ ସାରିଥିବାବେଳେ ଏବେ ଗଣିଆ ବ୍ଲକର ବଡ଼ମୂଳପାଟଣା ଏବଂ ରାଉତପଡ଼ା ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଛାମୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ମୂଳପାଟଣା ଗ୍ରାମରେ ୩ଶହରୁ ଅଧିକ ଲୋକ ବାସ କରନ୍ତି। ସେହିଭଳି ବେଲପଡ଼ାପାଟଣା ପଞ୍ଚାୟତ ରାଉତପଡ଼ା ଗ୍ରାମରେ ୧୫ ଶହ ଲୋକ ବାସ କରନ୍ତି। ଏହି ଦୁଇ ଗ୍ରାମ ମହାନଦୀ ତଟରେ ଅବସ୍ଥିତ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ; ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

ପ୍ରତିବର୍ଷ ବନ୍ୟା ସମୟରେ ମାଳବନ୍ଧ ନ ଥିବାରୁ ରାସଙ୍ଗଠାରୁ ବଡ଼ମୂଳ ପର୍ଯ୍ୟନ୍ତ ବନ୍ୟାପାଣି ଘେରା ସୃଷ୍ଟି ହୁଏ। ଫଳରେ ଏହି ଅଞ୍ଚଳର ୪୦ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ। ମାତ୍ର ସମସ୍ତ ଗ୍ରାମ ସ୍ଥଳ ଭାଗ ସଂଲଗ୍ନରେ ରହୁଥିବାବେଳେ ବଡ଼ମୂଳପାଟଣା ଏବଂ ରାଉତପଡ଼ା କେଉଟସାହି ମହାନଦୀର ଜଳଭାଗ ଅଞ୍ଚଳରେ ରହିଥାଏ। ବଡ଼ମୂଳପାଟଣା ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ନଦୀ ଘେରି ଯାଇଥାଏ। ଏହି ଗ୍ରାମ ଚାରିପଟେ ଅଥଳ ଜଳରାଶି ସୃଷ୍ଟି ହୋଇଥାଏ। ଭୟଙ୍କର ବନ୍ୟା ସମୟରେ ଏହି ଦୁଇ ଗ୍ରାମ ମହାନଦୀରେ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ। ବନ୍ୟାର ଜଳସ୍ତର ବଢ଼଼ିଲେ ଗ୍ରାମ ଦୁଇଟି ଘର ଦ୍ୱାର ସହ ବୁଡ଼ିଯିବାର ଆଶଙ୍କା ରହିଥାଏ। ଏ ବାବଦରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଜଳସେଚନ ବିଭାଗ ଅବଗତ ଥିଲେ ମଧ୍ୟ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା: ଉଭୟ ଉପର ଓ ତଳ ପଡ଼ିଆରେ ହେବ ଭବ୍ୟ ଆୟୋଜନ

ସ୍ଥାନୀୟ ଜନପ୍ରତିନିଧି ସମସ୍ୟା ସମ୍ପର୍କରେ ବିଗତ ଦିନରେ ବିଭାଗକୁ ଅଭିଯୋଗ କରିବା ପରେ ଜଳସମ୍ପଦ ବିଭାଗ କେନ୍ଦ୍ରୀୟ ମଣ୍ଡଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ନୟାଗଡ଼଼ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳକୁ ଗସ୍ତ କରିଥିଲେ। ଏଥିପାଇଁ ସର୍ଭେ କରାଯିବା ସହ ପିପିଏସ୍‍ ଅନୁମୋଦନ ପାଇଥିବା କନ୍ଧମାଳ ସାଂସଦଙ୍କ ନୟାଗଡ଼଼ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ସୂଚନା ଦେଇଛନ୍ତି। ତଥାପି ବିଭାଗ ଏହି ଦୁଇ ଗାଁର ସୁରକ୍ଷା ପାଇଁ ଯୋଜନାକୁ ଆଗକୁ ନେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଗାଁ ଦୁଇଟି ବିପଜ୍ଜନକ ସ୍ଥିତିରେ ଦୁଇ ମାସ ରହୁଥିବାବେଳେ କାହିଁକି ଏହା ପ୍ରତି ଅଣଦେଖା କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଜଳସେଚନ ବିଭାଗ କଣ୍ଟିଲୋ ସୁରକ୍ଷା ପାଇଁ ଯେତେ ସମ୍ଭବ ଅର୍ଥ ଖର୍ଚ୍ଚ କରୁଥିବାବେଳେ ଗଣିଆ ଅଞ୍ଚଳକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀଙ୍କୁ ପଚାରିବାରେ, ସେ ବିଭିନ୍ନ ଆଳ ଦେଖାଇ ଫୋନ୍‍ କାଟି ଦେଇଛନ୍ତି। ନୟାଗଡ଼଼ ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାଶଙ୍କୁ ପଚାରିବାରେ, ମୁଁ ନୂଆ ଆସିଛି। ଏ ବାବଦରେ ଜାଣି ନାହିଁ, ବୁଝାଶୁଝା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ: ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର