କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ କେତେ ଜନଜାତି ଅଛନ୍ତି? ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି? କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରଶ୍ନ କରି ଏହାର ଉତ୍ତର ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏହାର ଉତ୍ତରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟ ୯୫ ଲକ୍ଷ ୯୦ ହଜାର ୭୫୬ଜଣ ଆଦିବାସୀ ଅଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ୧୧ଟି ପ୍ରମୁଖ ଯୋଜନାରେ ରାଜ୍ୟକୁ ଆର୍ଥÒକ ପାଣ୍ଠି ପ୍ରଦାନ କରୁଛନ୍ତି। ଏଥିରେ ପ୍ରମୁଖ ଯୋଜନା ଭାବେ ଧରତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତୀୟ ବିକାଶ ମିଶନ, ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ସମ୍ୱିଧାନର ୨୭୫ଧାରା ଅନୁଯାୟୀ ଗ୍ରାଣ୍ଟ, ଏସସିଏ ଟୁ ଟିଏସଏସ, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ, ପ୍ରି-ମାଟ୍ରିକ ସ୍କଲାରସିପ୍‌ ଟୁ ଏସ୍‌ଟି ଷ୍ଟୁଡେଣ୍ଟସ, ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ ଟୁ ଏସ୍‌ଟି ଷ୍ଟୁଡେଣ୍ଟସ, ଜନଜାତି ବିକାଶ ଯୋଜନା, ଏନଏସଟିଏଫଡିସି, ସପୋର୍ଟ ଟୁ ଟିଆରଆଇ ଭଳି ଯୋଜନାରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଆସୁଛନ୍ତି। ଏସବୁ ଯୋଜନାରେ ଗତ ୩ ବର୍ଷରେ ଓଡ଼ିଶାକୁ ୨ ହଜାର ୭୮୭ କୋଟି ୩ ଲକ୍ଷ ଟଙ୍କା ମିଳିଛି। 

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସାଂସଦ ଶ୍ରୀ ମଙ୍ଗରାଜ ଗତ ତିନୋଟି ଆର୍ଥିକ ବର୍ଷ ମଧ୍ୟରେ ଆଦିବାସୀ ଉପ-ଯୋଜନା ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା, ଧାରା ୨୭୫ (୧) ଅନୁଦାନ ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ରାଜ୍ୟକୁ ଜାରି କରାଯାଇଥିବା ପ୍ରମୁଖ ଅନୁଦାନର ବିବରଣୀ ଜଣାଇବାକୁ ଦାବି କରିଥିଲେ। ଏହାସହିତ ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଏବଂ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର