ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ବର: ଅଜିତ ପାୱାରଙ୍କ ବିୟୋଗରେ ନବୀନଙ୍କ ଶୋକ । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ ସେ ସ୍ତବ୍ଧ ବୋଲି କହିଛନ୍ତି । ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ଏହାସହିତ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ନବୀନ । 

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ ଘଟିଛି । ବାରାମତିରେ ଅବତରଣ ବେଳେ ଦୁଇ ଖଣ୍ଡ ହୋଇ ଜଳିଗଲା ବିମାନ । ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହେଇଥିବା ବେଳେ ଅଜିତ ପାୱାର, ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ମୃତ ଏବଂ ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ମହାରାଷ୍ଟ୍ରର ବଡ଼ ନେତା ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ । କାକାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଅଜିତ । ଏନସିପିକୁ ଭାଙ୍ଗି ବିଜେପି ସହିତ ମେଣ୍ଟ କରିଥିଲେ । ବିଜେପି ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ସହ ନିଜେ ଡେପୁଟି ସିଏମ ଥିଲେ ଅଜିତ ପାୱାର । 

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର