ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ବର: ଅଜିତ ପାୱାରଙ୍କ ବିୟୋଗରେ ନବୀନଙ୍କ ଶୋକ । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ ସେ ସ୍ତବ୍ଧ ବୋଲି କହିଛନ୍ତି । ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ଏହାସହିତ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ନବୀନ । 

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ ଘଟିଛି । ବାରାମତିରେ ଅବତରଣ ବେଳେ ଦୁଇ ଖଣ୍ଡ ହୋଇ ଜଳିଗଲା ବିମାନ । ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହେଇଥିବା ବେଳେ ଅଜିତ ପାୱାର, ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ମୃତ ଏବଂ ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ରର ବଡ଼ ନେତା ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ । କାକାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଅଜିତ । ଏନସିପିକୁ ଭାଙ୍ଗି ବିଜେପି ସହିତ ମେଣ୍ଟ କରିଥିଲେ । ବିଜେପି ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ସହ ନିଜେ ଡେପୁଟି ସିଏମ ଥିଲେ ଅଜିତ ପାୱାର । 

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

28 Jan 2026 By Madhusudan Das

ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅଜିତ ପାୱାରଙ୍କ ବିୟୋଗରେ ନବୀନଙ୍କ ଶୋକ । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ ସେ ସ୍ତବ୍ଧ ବୋଲି କହିଛନ୍ତି । ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ଏହାସହିତ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ନବୀନ । 

ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ ଘଟିଛି । ବାରାମତିରେ ଅବତରଣ ବେଳେ ଦୁଇ ଖଣ୍ଡ ହୋଇ ଜଳିଗଲା ବିମାନ । ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହେଇଥିବା ବେଳେ ଅଜିତ ପାୱାର, ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ମୃତ ଏବଂ ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ମହାରାଷ୍ଟ୍ରର ବଡ଼ ନେତା ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ । କାକାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଅଜିତ । ଏନସିପିକୁ ଭାଙ୍ଗି ବିଜେପି ସହିତ ମେଣ୍ଟ କରିଥିଲେ । ବିଜେପି ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ସହ ନିଜେ ଡେପୁଟି ସିଏମ ଥିଲେ ଅଜିତ ପାୱାର । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର