ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ପରିବାରର ୧୬ବଖରା ଘର, ୯ ଗୋରୁ ଜୀବନ୍ତ ଦଗ୍ଧ

Madhusudan Das Picture
Published On

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡ଼ି ପାଉଁଶ ହୋଇଗଲା ୬ପରିବାରର ୧୬ବଖରା ଘର । ନିଆଁରେ ଜଳି ୯ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । 

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ଘରେ ଗଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଘରର ସମସ୍ତ ଆସବାବପତ୍ର, ୪୦୦ରୁ ଅଧିକ ବସ୍ତା ଧାନ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ନିଆଁ ଏତେ ଭାୟାନକ ଥିଲା ଯେ ଘର ଭିତରୁ କିଛି କାଢ଼ିବା ସମ୍ଭବ ଭୋଇନଥିଲା । ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ ଗ୍ରାମବାସୀ । ନିଆଁ କୁ ଆୟତ୍ତ କରିବାକୁ ବହୁ ସମୟ ଲାଗିଥିବାବେଳେ ଅଗ୍ନିଶମ ଗାଡି ବିଳମ୍ବରେ ପହଁଚିବାକୁ ନେଇ ଉଦବେଗ ଦେଖା ଦେଇଥିଲା । ଅଗ୍ନିଶମ ଗାଡି ପହଁଚିଲା ବେଳକୁ ସବୁ ପୋଡି ପାଉଁଶ ହୋଇ ଯାଇଥିଲା । ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

05 Jan 2026 By Madhusudan Das

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ପରିବାରର ୧୬ବଖରା ଘର, ୯ ଗୋରୁ ଜୀବନ୍ତ ଦଗ୍ଧ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡ଼ି ପାଉଁଶ ହୋଇଗଲା ୬ପରିବାରର ୧୬ବଖରା ଘର । ନିଆଁରେ ଜଳି ୯ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । 

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ଘରେ ଗଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଘରର ସମସ୍ତ ଆସବାବପତ୍ର, ୪୦୦ରୁ ଅଧିକ ବସ୍ତା ଧାନ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ନିଆଁ ଏତେ ଭାୟାନକ ଥିଲା ଯେ ଘର ଭିତରୁ କିଛି କାଢ଼ିବା ସମ୍ଭବ ଭୋଇନଥିଲା । ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ ଗ୍ରାମବାସୀ । ନିଆଁ କୁ ଆୟତ୍ତ କରିବାକୁ ବହୁ ସମୟ ଲାଗିଥିବାବେଳେ ଅଗ୍ନିଶମ ଗାଡି ବିଳମ୍ବରେ ପହଁଚିବାକୁ ନେଇ ଉଦବେଗ ଦେଖା ଦେଇଥିଲା । ଅଗ୍ନିଶମ ଗାଡି ପହଁଚିଲା ବେଳକୁ ସବୁ ପୋଡି ପାଉଁଶ ହୋଇ ଯାଇଥିଲା । ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର