ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡ଼ିଆ ଫିଜିଓଥେରାପିଷ୍ଟ, ଏୟାରଲାଇନ୍‌ ପକ୍ଷରୁ ମିଳିଲା ପ୍ରଶଂସା ପତ୍ର

Madhusudan Das Picture
Published On

ଭୁବନେଶ୍ୱର: ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ହଠାତ୍‌ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ହୃଦଘାତ ପରି ସେ ଅନୁଭବ କଲେ। ମାତ୍ର ମଝି ଆକାଶରେ ଉଡ଼ୁଥିବା ବିମାନର ଜରୁରୀ ଅବତରଣ ସମ୍ଭବ ନ ଥିଲା, ବିମାନରେ ବି କୌଣସି ଡ଼ାକ୍ତର ନ ଥିଲେ। ମାତ୍ର ସୌଭାଗ୍ୟକୁ ବିମାନ ଯାତ୍ରା କରୁଥିବା ଓଡ଼ିଆ ଫିଜିଓଥେରାପିଷ୍ଟ ସଞ୍ଜୟ କୁମାରଙ୍କ ସମୟୋଚିତ ଚିକିତ୍ସା ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲା।  ସୂଚନା ଅନୁଯାୟୀ ଗତ ୧୭ ତାରିଖରେ ଭୁବନେଶ୍ୱରରୁ ଜୟପୁର ଯାଉଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ (ଆଇଏକ୍ସ-୨୮୦୭) ଯାତ୍ରା ସମୟରେ ଜଣେ ଯାତ୍ରୀ ହଠାତ୍‌ ମଝି ଆକାଶରେ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ ବିମାନଟି ୩୫ ହଜାର ଫୁଟ ଉପରେ ଉଡ଼ୁଥିଲା। କ୍ୟାବିନ୍‌ କ୍ରୁ ଓ ଅନ୍ୟମାନେ ବ୍ୟସ୍ତ ହୋଇ ପଡ଼ିଲେ। ମାତ୍ର ସେହି ବିମାନରେ ଯାତ୍ରା କରୁଥିବା କଟକର ବରିଷ୍ଠ ଫିଜିଓଥେରାପିଷ୍ଟ ଡା.ରାମ କେବିନ୍‌ କ୍ରୁଙ୍କ ଅନୁରୋଧରେ ଚିକିତ୍ସା ଆରମ୍ଭ କରିଥିଲେ।  ସେତେବେଳେ ରୋଗୀ ପ୍ରାୟତଃ ଅଚେତ ହୋଇ ଯାଇଥିଲେ । ଡା. ରାମ ସିପିଆର୍‌ ପ୍ରୟୋଗ ସହ ସମୟୋଚିତ ଚିକିତ୍ସା ସହାୟତା ପ୍ରଦାନ କରି ଯାତ୍ରୀଙ୍କ ଅବସ୍ଥାକୁ ସ୍ଥିର କରିଥିଲେ। ଏହି ମାନବିକ ସେବା ପାଇଁ ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜିଠାରୁ ଓଡ଼ିଶା ସହ ୧୧ ରାଜ୍ୟରେ ଜନଗଣନା, ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

31 Dec 2025 By Madhusudan Das

ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡ଼ିଆ ଫିଜିଓଥେରାପିଷ୍ଟ, ଏୟାରଲାଇନ୍‌ ପକ୍ଷରୁ ମିଳିଲା ପ୍ରଶଂସା ପତ୍ର

ଭୁବନେଶ୍ୱର: ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ହଠାତ୍‌ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ହୃଦଘାତ ପରି ସେ ଅନୁଭବ କଲେ। ମାତ୍ର ମଝି ଆକାଶରେ ଉଡ଼ୁଥିବା ବିମାନର ଜରୁରୀ ଅବତରଣ ସମ୍ଭବ ନ ଥିଲା, ବିମାନରେ ବି କୌଣସି ଡ଼ାକ୍ତର ନ ଥିଲେ। ମାତ୍ର ସୌଭାଗ୍ୟକୁ ବିମାନ ଯାତ୍ରା କରୁଥିବା ଓଡ଼ିଆ ଫିଜିଓଥେରାପିଷ୍ଟ ସଞ୍ଜୟ କୁମାରଙ୍କ ସମୟୋଚିତ ଚିକିତ୍ସା ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲା।  ସୂଚନା ଅନୁଯାୟୀ ଗତ ୧୭ ତାରିଖରେ ଭୁବନେଶ୍ୱରରୁ ଜୟପୁର ଯାଉଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ (ଆଇଏକ୍ସ-୨୮୦୭) ଯାତ୍ରା ସମୟରେ ଜଣେ ଯାତ୍ରୀ ହଠାତ୍‌ ମଝି ଆକାଶରେ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ ବିମାନଟି ୩୫ ହଜାର ଫୁଟ ଉପରେ ଉଡ଼ୁଥିଲା। କ୍ୟାବିନ୍‌ କ୍ରୁ ଓ ଅନ୍ୟମାନେ ବ୍ୟସ୍ତ ହୋଇ ପଡ଼ିଲେ। ମାତ୍ର ସେହି ବିମାନରେ ଯାତ୍ରା କରୁଥିବା କଟକର ବରିଷ୍ଠ ଫିଜିଓଥେରାପିଷ୍ଟ ଡା.ରାମ କେବିନ୍‌ କ୍ରୁଙ୍କ ଅନୁରୋଧରେ ଚିକିତ୍ସା ଆରମ୍ଭ କରିଥିଲେ।  ସେତେବେଳେ ରୋଗୀ ପ୍ରାୟତଃ ଅଚେତ ହୋଇ ଯାଇଥିଲେ । ଡା. ରାମ ସିପିଆର୍‌ ପ୍ରୟୋଗ ସହ ସମୟୋଚିତ ଚିକିତ୍ସା ସହାୟତା ପ୍ରଦାନ କରି ଯାତ୍ରୀଙ୍କ ଅବସ୍ଥାକୁ ସ୍ଥିର କରିଥିଲେ। ଏହି ମାନବିକ ସେବା ପାଇଁ ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର