ରେଞ୍ଜରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍; ଜବତ ହେଲାଣି ୬୭ଲକ୍ଷର ବ୍ୟାଙ୍କଜମା ସହ ଦାମୀ ପ୍ଲଟ ଓ କୋଠା

Madhusudan Das Picture
Published On

ଜଗତସିଂହପୁର: ରେଞ୍ଜରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନବିଭାଗ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ୪ ଠିକଣାରେ ଆଜି ରେଡ୍ ମାରିଥିଲା ଭିଜିଲାନ୍ସ । ତେବେ ଚଢ଼ାଉ ସମୟରେ ରାଜେନ୍ଦ୍ରଙ୍କ ଠାରୁ ଜବତ ହୋଇଥିବା ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ତାଜୁବ୍ ହୋଇଯାଇଛି । ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । 

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଚାକିରି ଆରମ୍ଭ କରିଥିଲେ ମାତ୍ର ଦେଢ଼ ହଜାର ଟଙ୍କାରେ। ୪୦ ବର୍ଷରେ ରୋଜଗାର କରିଛନ୍ତି ଅମାପ ସଂପତ୍ତି। ୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା  । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ । ଜଗତସିଂହପୁର ରାହାମା ରେଞ୍ଜରେ ସେ କାର୍ଯ୍ୟରତ ଥିଲେ । ନିଜ ଚାକିରି ଜୀବନର ୪୦ ବର୍ଷ କେବଳ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାର୍ଯ୍ୟରତ ଥିଲେ ରାଜେନ୍ଦ୍ର  ।  ତେବେ ତାଙ୍କ ଧନ ସଂପତ୍ତି ତାଙ୍କ ଆୟଠାରୁ ଢେର ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି  ।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

20 Dec 2025 By Madhusudan Das

ରେଞ୍ଜରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍; ଜବତ ହେଲାଣି ୬୭ଲକ୍ଷର ବ୍ୟାଙ୍କଜମା ସହ ଦାମୀ ପ୍ଲଟ ଓ କୋଠା

ଜଗତସିଂହପୁର: ରେଞ୍ଜରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନବିଭାଗ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ୪ ଠିକଣାରେ ଆଜି ରେଡ୍ ମାରିଥିଲା ଭିଜିଲାନ୍ସ । ତେବେ ଚଢ଼ାଉ ସମୟରେ ରାଜେନ୍ଦ୍ରଙ୍କ ଠାରୁ ଜବତ ହୋଇଥିବା ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ତାଜୁବ୍ ହୋଇଯାଇଛି । ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । 

ଚାକିରି ଆରମ୍ଭ କରିଥିଲେ ମାତ୍ର ଦେଢ଼ ହଜାର ଟଙ୍କାରେ। ୪୦ ବର୍ଷରେ ରୋଜଗାର କରିଛନ୍ତି ଅମାପ ସଂପତ୍ତି। ୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା  । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ । ଜଗତସିଂହପୁର ରାହାମା ରେଞ୍ଜରେ ସେ କାର୍ଯ୍ୟରତ ଥିଲେ । ନିଜ ଚାକିରି ଜୀବନର ୪୦ ବର୍ଷ କେବଳ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାର୍ଯ୍ୟରତ ଥିଲେ ରାଜେନ୍ଦ୍ର  ।  ତେବେ ତାଙ୍କ ଧନ ସଂପତ୍ତି ତାଙ୍କ ଆୟଠାରୁ ଢେର ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର