ରାଜ୍ୟରେ ଆୟୁଷ ଭିତ୍ତିଭୂମିକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍‌ବେଗ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଆୟୁଷ ଭିତ୍ତିଭୂମିରେ ସୁଧାର ଆସିବାରେ ନାଆଁ ଧରୁନି। ଖାଲିଥିବା ଆୟୁଷ ପଦଗୁଡ଼ିକ ପୂରଣ ହେଉନାହିଁ। ନିଯୁକ୍ତି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।  

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ମଙ୍ଗଳବାର ରାଜ୍ୟସଭାରେ ଶ୍ରୀ ମଙ୍ଗରାଜ ଓଡ଼ିଶାରେ କେତେ ସଂଖ୍ୟକ ଆୟୁଷ ହସ୍ପିଟାଲ, ଡିସ୍ପେନ୍‌ସରୀ,  ୱେଲ୍‌ନେସ୍‌ ସେଣ୍ଟର ରହିଛି ଓ କେତେ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ପାରାମେଡିକାଲ୍‌ ପଦ ଖାଲି ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଆୟୁଷ ପଦବୀ ପୂରଣ ପାଇଁ ନେଇଥିବା ପଦକ୍ଷେପ ଓ ଓଡ଼ିଶା  ସରକାର ଆୟୁଷ ଭିତ୍ତିଭୂମି ସୁଦୃଢ଼ କରିବାକୁ ଦେଇଥିବା ପ୍ରସ୍ତାବ ଅଟକିଛି କି ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି ଯେ ଓଡ଼ିଶାରେ ମୋଟ୍‌ ୭ଟି ଆୟୁଷ ହସ୍ପିଟାଲ ରହିଛି। ସେହିପରି ୧୧୯୧ ଡିେସ୍ପେନ୍‌ସରୀ, ୧୪୮୫ ଆୟୁଷ ୟୁନିଟ୍‌ ରହିଛି। କେନ୍ଦ୍ରୀୟ ଯୋଜନା ଅଧୀନରେ ଓଡ଼ିଶାରେ ଜାତୀୟ ଆୟୁଷ ମିଶନ ଚାଲୁଛି। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ୫୦ ଶଯ୍ୟା, ୩୦ ଶଯ୍ୟା ଓ ୧୦ ଶଯ୍ୟା ବିଶିଷ୍ଟ ସାମଗ୍ରିକ ହସ୍ପିଟାଲ ନିର୍ମାଣ କରି ପାରିବେ ଏବଂ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ପାରାମେଡିକାଲ୍‌ଙ୍କୁ ନିଯୁକ୍ତି କରିପାରିବେ। ମାତ୍ର ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଅନୁସାରେ ଆଗୁଆ ରାଜ୍ୟସ୍ତରୀୟ ବାର୍ଷିକ ଆକ୍ସନ ପ୍ଲାନ୍‌ ଦାଖଲ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

10 Dec 2025 By Madhusudan Das

ରାଜ୍ୟରେ ଆୟୁଷ ଭିତ୍ତିଭୂମିକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍‌ବେଗ

ଭୁବନେଶ୍ୱର: ରାଜ୍ୟରେ ଆୟୁଷ ଭିତ୍ତିଭୂମିରେ ସୁଧାର ଆସିବାରେ ନାଆଁ ଧରୁନି। ଖାଲିଥିବା ଆୟୁଷ ପଦଗୁଡ଼ିକ ପୂରଣ ହେଉନାହିଁ। ନିଯୁକ୍ତି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।  

ମଙ୍ଗଳବାର ରାଜ୍ୟସଭାରେ ଶ୍ରୀ ମଙ୍ଗରାଜ ଓଡ଼ିଶାରେ କେତେ ସଂଖ୍ୟକ ଆୟୁଷ ହସ୍ପିଟାଲ, ଡିସ୍ପେନ୍‌ସରୀ,  ୱେଲ୍‌ନେସ୍‌ ସେଣ୍ଟର ରହିଛି ଓ କେତେ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ପାରାମେଡିକାଲ୍‌ ପଦ ଖାଲି ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଆୟୁଷ ପଦବୀ ପୂରଣ ପାଇଁ ନେଇଥିବା ପଦକ୍ଷେପ ଓ ଓଡ଼ିଶା  ସରକାର ଆୟୁଷ ଭିତ୍ତିଭୂମି ସୁଦୃଢ଼ କରିବାକୁ ଦେଇଥିବା ପ୍ରସ୍ତାବ ଅଟକିଛି କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି ଯେ ଓଡ଼ିଶାରେ ମୋଟ୍‌ ୭ଟି ଆୟୁଷ ହସ୍ପିଟାଲ ରହିଛି। ସେହିପରି ୧୧୯୧ ଡିେସ୍ପେନ୍‌ସରୀ, ୧୪୮୫ ଆୟୁଷ ୟୁନିଟ୍‌ ରହିଛି। କେନ୍ଦ୍ରୀୟ ଯୋଜନା ଅଧୀନରେ ଓଡ଼ିଶାରେ ଜାତୀୟ ଆୟୁଷ ମିଶନ ଚାଲୁଛି। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ୫୦ ଶଯ୍ୟା, ୩୦ ଶଯ୍ୟା ଓ ୧୦ ଶଯ୍ୟା ବିଶିଷ୍ଟ ସାମଗ୍ରିକ ହସ୍ପିଟାଲ ନିର୍ମାଣ କରି ପାରିବେ ଏବଂ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ପାରାମେଡିକାଲ୍‌ଙ୍କୁ ନିଯୁକ୍ତି କରିପାରିବେ। ମାତ୍ର ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଅନୁସାରେ ଆଗୁଆ ରାଜ୍ୟସ୍ତରୀୟ ବାର୍ଷିକ ଆକ୍ସନ ପ୍ଲାନ୍‌ ଦାଖଲ କରିବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର