ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର: ଜିଏସ୍‌ଟି ପରିସରକୁ ଆସିବ ନାହିଁ ପେଟ୍ରୋଲ, ଡିଜେଲ

Madhusudan Das Picture
Published On

ଭୁବନେଶ୍ୱର: ନିକଟ ଭବିଷ୍ୟତରେ ପେଟ୍ରୋଲ-ଡ଼ିଜେଲ ମୂଲ୍ୟ କମିବାର ସମ୍ଭାବନା ନାହିଁ। ଏପରିକି ଏହି ଦୁଇ ପେଟ୍ରୋଲିୟମ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରିବାର କୌଣସି ସମ୍ଭାବନା ନାହିଁ ବୋଲି ରାଜ୍ୟସଭାରେ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ।
  
ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ସାରା ଦେଶରେ ତୈଳ ଦରର ସମାନତା ସୁନିଶ୍ଚିତ ନିମନ୍ତେ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଦାବି କରିଥିଲେ। ଏହା ସହିତ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଓ ଏଥିପାଇଁ କୌଣସି ନିର୍ଦ୍ଧାରିତ ସମୟ ସୀମା ଧାର୍ଯ୍ୟ ହୋଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯଦି ଏପରି ପ୍ରସ୍ତାବ ନାହିଁ, ତେବେ ଏହାର କାରଣ କ’ଣ ବୋଲି ସେ କେନ୍ଦ୍ର ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଏହି ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି, ସମ୍ୱିଧାନର ଧାରା ୨୭୯ କ (୫) ଅନୁଯାୟୀ ଜିଏସଟି ପରିଷଦ ପେଟ୍ରୋଲିୟମ କ୍ରୁଡ୍‌, ହାଇ ସ୍ପିଡ୍‌ ଡିଜେଲ୍‌, ମୋଟର ସ୍ପିରିଟ୍‌ (ସାଧାରଣତଃ ପେଟ୍ରୋଲ୍‌ ଭାବେ ପରିଚିତ) ପ୍ରାକୃତିକ ଗ୍ୟାସ୍‌ ଏବଂ ଏଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ୍‌ ଉପରେ ଜିଏସଟି କେବେ ଲାଗୁ ହେବ, ତାହାର ତାରିଖ ସୁପାରିଶ କରିବ। ସିଜିଏସଟି ଆଇନ ୨୦୧୭ର ଧାରା ୯ (୨) ଅନୁଯାୟୀ ଏହି ଉତ୍ପାଦଗୁଡ଼ିକୁ ଜିଏସଟିରେ ସାମିଲ କରିବା ପାଇଁ ଜିଏସ୍‌ଟି ପରିଷଦର ସୁପାରିସ ଆବଶ୍ୟକ ହେବ। ମାତ୍ର ଏପର୍ଯ୍ୟନ୍ତ ଜିଏସଟି ପରିଷଦ ଏହି ସାମଗ୍ରୀଗୁଡ଼ିକୁ ଜିଏସଟି ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ସୁପାରିଶ କରିନାହାଁନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

08 Dec 2025 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର